www.samajalive.in
Wednesday, December 10, 2025
23.1 C
Bhubaneswar

ଶେଷ ଟେଷ୍ଟ ଖେଳି ନପାରନ୍ତି ରାହୁଲ

ନୂଆଦିଲ୍ଲୀ : ଭାରତର ଅଭିଜ୍ଞ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ଲୋକେଶ ରାହୁଲ ଧର୍ମଶାଳାରେ ମାର୍ଚ୍ଚ ୭ରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ ମ୍ୟାଚ ଖେଳିନପାରନ୍ତି। ହାଇଦରାବାଦ୍‌ରେ ଖେଳାଯାଇଥିବା ଶୃଙ୍ଖଳାର ପ୍ରଥମ ଟେଷ୍ଟ ମ୍ୟାଚରେ ରାହୁଲଙ୍କ ଜଙ୍ଘରେ ଆଘାତ ଲାଗିଥିଲା। ଫଳରେ ସେ ଶେଷ ୩ଟି ଟେଷ୍ଟ ମ୍ୟାଚ ଖେଳିନଥିଲେ। ଆଘାତ ପରେ ରାହୁଲ ବାଙ୍ଗଲୋରସ୍ଥିତ ଏନ୍‌ସିଏରେ ଚିକିତ୍ସିତ ହେଉଥିଲେ। ପଞ୍ଚମ ଟେଷ୍ଟକୁ ଫେରିବା ନେଇ ଆଶା କରାଯାଉଥିଲା। କିନ୍ତୁ ଜଙ୍ଘ ଆଘାତ ସମସ୍ୟାରୁ ସୁସ୍ଥ ହୋଇନଥିବାରୁ ପଞ୍ଚମ ଟେଷ୍ଟ ଖେଳିବା ଆଶା କମ୍‌ ରହିଛି। ଅନ୍ୟ ପକ୍ଷରେ ରିପୋର୍ଟ ମୁତାବକ ଡାହାଣପଟ ଜଙ୍ଘରେ ଆଘାତ ଅନୁଭବ କରୁଥିବାରୁ ବିଶେଷଜ୍ଞଙ୍କ ପରାମର୍ଶ ଲାଗି ରାହୁଲ ଲଣ୍ଡନ ଗସ୍ତ କରିଛନ୍ତି। ମାର୍ଚ୍ଚ ୭ ପୂର୍ବରୁ ଲଣ୍ଡନରୁ ଫେରିବାର ସମ୍ଭାବନା କମ୍‌ ଥିବାରୁ ଶେଷ ଟେଷ୍ଟ ମ୍ୟାଚ ଖେଳିବା ନେଇ ଆଶଙ୍କା ରହିଛି। ଗତ ୨୦୨୩ ଆଇପିଏଲ ସମୟରେ ରାହୁଲଙ୍କ ଜଙ୍ଘରେ ଆଘାତ ଲାଗିଥିଲା। ସେ ଗତ ଜୁନରେ ଜର୍ମାନୀରେ ଜଙ୍ଘରେ ଅସ୍ତ୍ରୋପଚାର କରିଥିଲେ। ରାହୁଲ ଆଇପିଏଲ ଦଳ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ରହିଛନ୍ତି। ଆଇପିଏଲ ପରେ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଟି୨୦ ବିଶ୍ବକପ ଖେଳାଯିବ। ଏହା ପୂର୍ବରୁ ରାହୁଲ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିବା ନେଇ ମଧ୍ୟ ଆଶା କରାଯାଉଛି। ରାହୁଲଙ୍କ ସ୍ଥାନରେ ଶେଷ ୩ଟି ଟେ​‌ଷ୍ଟ ଖେଳିଥିବା ରଜତ ପଟିଦାର ୬ଟି ଇନିଂସରୁ ମାତ୍ର ୬୩ରନ କରିଛନ୍ତି। ପଟ୍ଟିଦାରଙ୍କ ସ୍ଥାନରେ ​​‌ଶେଷ ଟେଷ୍ଟରେ ଋତୁରାଜ ଗାଏକ୍ବାର୍ଡ କିମ୍ବା ଦେବଦତ୍ତ ପାଡ଼ିକଲଙ୍କୁ ସ୍ଥାନ ମିଳିବା ନେଇ ଆଶା କରାଯାଉଛି। ଅନ୍ୟପକ୍ଷରେ ରାଞ୍ଚି ଟେଷ୍ଟରେ ବିଶ୍ରାମ ନେଇଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ପଞ୍ଚମ ଟେଷ୍ଟ ଖେଳିବା ନେଇ ଆଶା କରାଯାଉଛି। ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଏବେ ୩-୧ରେ ଆଗୁଆ ରହିଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories