www.samajalive.in
Wednesday, December 10, 2025
16.1 C
Bhubaneswar

ଘରକୁ ଆସୁଛି ନୂଆ ଅତିଥି ;ପ୍ରଂଶସକଙ୍କୁ ଖୁସି ଖବର ଦେଲେ ଦୀପବୀର

ମୁମ୍ବଇ : ବଲିଉଡ୍‌‌ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ରଣବୀର ସିଂହ ଖୁବ୍‌‌ ଶୀଘ୍ର ବାପା-ମାଆ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଦମ୍ପତି ନିଜ ପ୍ରଂଶସକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ସେପ୍ଟେମ୍ବର ୨୦୨୪ରେ ଦୀପିକାଙ୍କ ଡେଲିଭରି ହେବ। ଏହି ଖବର ସାମ୍ନାକୁ ଆସିବା ପରେ ସଭିଏଁ ଦୀପବୀରଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛନ୍ତି।

ଦୀପିକା ମାଆ ହେବା ଖବର ଅନେକ ସମୟ ପୂର୍ବରୁ ଚର୍ଚ୍ଚାରେ ରହିଥିଲା। ଗୁରୁବାର ଅଭିନେତ୍ରୀ ଏନେଇ ପୋଷ୍ଟ କରି ପ୍ରଂଶସକଙ୍କୁ ଖୁସି ଖବର ଦେଇଛନ୍ତି। ସର୍ବପ୍ରଥମେ ଅଭିନେତ୍ରୀ କ୍ରିତି ସାନନ୍ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଭିନେତ୍ରୀ କ୍ରିତି ଦୀପିକାଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଲେଖିଛନ୍ତି, ‘ଓଏମଜି, ତୁମ ଦୁହିଁଙ୍କୁ ଅଭିନନ୍ଦନ।’ ଏକ ଆଲିଙ୍ଗନ ଏବଂ ହୃଦୟ ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି।

- Advertisement -

କିଛି ଦିନ ପୂର୍ବରୁ ଦୀପିକାଙ୍କ ମାଆ ହେବାକୁ ନେଇ ଚର୍ଚ୍ଚା ଜୋର ଧରି ଥିଲା। ଆଉ ୭ ମାସ ପରେ ଦୀପିକା ମାଆ ହେବେ।
ରଣବୀର ସିଂହ ଓ ଦୀପିକା ପାଦୁକୋନ ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟ ୨ଟି ବିବାହ ରୀତିନୀତିରେ ଇଟାଲୀର କୋମୋ ହ୍ରଦରେ ବିବାହ କରିଥିଲେ। ବିବାହର ୬ ବର୍ଷ ପରେ ଦମ୍ପତି ବାପା-ମାଆ ହେବାକୁ ଯାଉଛନ୍ତି। ଜବତଦସ୍ତ ଯୋଡିମାନଙ୍କ ମଧ୍ୟରୁ ଦୀପବୀର ଜଣେ।

 

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories