www.samajalive.in
Saturday, December 6, 2025
14.1 C
Bhubaneswar

କାର୍ ସାଜିଛି ମାଲ୍ ବୁହା ଗାଡି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ବଜାରରେ ଆଜି କାଲି ଅନେକ ଗାଡି ଦେଖିବାକୁ ମିଳୁଛି । କମ୍ପାନୀମାନେ ମଧ୍ୟ ଗାଡିର ନୂଆ ନୂଆ ମଡେଲ ବଜାରକୁ ଆଣୁଛନ୍ତି । ଏହା ପରେ ମଧ୍ୟ ଲୋକମାନେ ନିଜ ଅନୁସାରେ ଗାଡିକୁ ମୋଡିଫାଏ କରୁଛନ୍ତି । ଏବେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ସମସ୍ତେ ଚକିତ ହେଉଛନ୍ତି । କାରଣ ଗାଡି ମାଲିକ ସେହି ଗାଡିକୁ ଏତେ ପରିବର୍ତ୍ତନ କରିଛନ୍ତି, ତାହା କେଉଁ ଗାଡି ଲୋକେ ବିଲକୁଲ ବି ଜାଣିପାରୁନାହାଁନ୍ତି । ଇନଷ୍ଟାଗ୍ରାମରେ ଏହି ଭିଡିଓ ଭାଇରାଲ ହେଉଛି । ଏଥିରେ ଓ୍ବାଗନ ଆରର ହାଇଲକ୍ସ ଭର୍ସନ ନଜର ଆସୁଛି । ଗାଡିରେ କ୍ଷୀର ଲୋଡ୍ ହୋଇଯାଉଥିବା ଦେଖିବାକୁ ମିଳୁଛି ।

 

View this post on Instagram

 

A post shared by Bunny Punia (@bunnypunia)

- Advertisement -

ଭିଡିଓରେ ଆପଣ ଦେଖିପାରିବେ କି ଏକ ହାଇଲକ୍ସ ଭଳି କାର୍ ଯାଉଛି । କିନ୍ତୁ ଭିଡିଓ ପ୍ରସ୍ତୁତ କରିଥିବା ବ୍ୟକ୍ତିଙ୍କୁ ଅଚାନକ ଜଣାପଡୁଛି କି ଏହା ଏକ ଓ୍ବାଗନ ଆର୍ । ଏହା ପରେ ସେ ଗାଡିର ସମ୍ପୂର୍ଣ୍ଣ ଭିଡିଓ କରୁଛନ୍ତି । ଆପଣ ଦେଖିପାରିବେ କି ସିଲଭର ରଙ୍ଗର ଗାଡିର ଆଗ ଭାଗ ଓ୍ବାଗନ ଆର୍ ଭଳି ଏବଂ ପଛ ଭାଗ ଏକ ଟ୍ରକ୍ ଭଳି ନଜର ଆସୁଛି । ଏହା ଏକ ପିକଅପ୍ ଭ୍ୟାନ୍ ଭଳି ଲାଗୁଛି । ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ୬୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଏହାକୁ ୨ ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଛି । ଶହ ଶହ ଉପଭୋକ୍ତା ଏଥିରେ ପ୍ରତିକ୍ରିୟା ଦେଉଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories