www.samajalive.in
Saturday, December 6, 2025
26.1 C
Bhubaneswar

ଇନ୍ଦ୍ରାବତୀ କେନାଲ ନିକଟରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

କଲମପୁର: ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ବ୍ରାହ୍ମଣକେନ୍ଦୁଗୁଡା ନିକଟରୁ ବୁଧବାର ଜନୈକ ବୃଦ୍ଧଙ୍କ ଭାସୁଥିବା ମୃତଦେହ ଉଦ୍ଧାର କରାଯାଇଛି। ବୃଦ୍ଧ ଜଣକ ଜୟପାଟଣା ଥାନା ଅଧିନସ୍ଥ ଘେନୁଗୁଡା ଗ୍ରାମର ବୈଦ୍ୟନାଥ ଧଙ୍ଗଡା ମାଝୀ ବୋଲି ପରିବାର ଲୋକ ଚିହ୍ନଟ କରିଛନ୍ତି। ମଙ୍ଗଳବାର ଅପରାହ୍ନରେ ଶୌଚ ପାଇଁ କେନାଲକୁ ଯାଇଥିବା ସମୟରେ ବୃଦ୍ଧ ଜଣକ କେନାଲ ପାଣିରେ ଖସିଯାଇ ଭାସି ଯାଇଥିଲେ। ଘଟଣାସ୍ଥଳରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ବ୍ରାହ୍ମଣକେନ୍ଦୁଗୁଡା ନିକଟରୁ ବୃଦ୍ଧଙ୍କ ମୃତଦେହ କଲମପୁର ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି।

ସୂଚନା ଅନୁସାରେ, ବୃଦ୍ଧ ବୈଦ୍ୟନାଥ ମଙ୍ଗଳବାର ଅପରାହ୍ନରେ ନିକଟସ୍ଥ କେନାଲକୁ ଶୌଚ ପାଇଁ ଯାଇଥିଲେ। ହଠାତ କେନାଲର ଗଭୀର ପାଣିରେ ବୃଦ୍ଧଙ୍କ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ିଯାଇଥିଲେ। ତୁରନ୍ତ କେନାଲ ପାଣି ନିୟନ୍ତ୍ରଣ କରାଯାଇଥିଲା। ଏହାସହ ଜୟପାଟଣା ଅଗ୍ନିଶମ କର୍ମଚାରୀ ଖୋଜା ଖୋଜି କରିଥିଲେ ମଧ୍ୟ ବୃଦ୍ଧଙ୍କ କୌଣସି ସୂଚନା ମିଳିନଥିଲା। ପରବର୍ତ୍ତୀ ସମୟରେ ଜୟପାଟଣା ଥାନାରେ ବୃଦ୍ଧଙ୍କ ନିଖୋଜ ନେଇ ଏକ ଏତଲା ଦିଆଯାଇଥିଲା। ବୁଧବାର ସକାଳେ ବ୍ରାହ୍ମଣକେନ୍ଦୁଗୁଡା ଗ୍ରାମର କିଛି ଲୋକ କେନାଲ ପଟକୁ ଯାଇଥିବାବେଳେ କେନାଲରେ ଏକ ମୃତଦେହ ଭାସୁଥିବା ଦେଖି ତୁରନ୍ତ କଲମପୁର ପୁଲିସ ସମେତ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ କର୍ମଚାରୀ ମୃତଦେହକୁ ପାଣି ଭିତରୁ ଉଦ୍ଧାର କରିଥିଲେ। ଏହାପରେ ଘଟଣାସ୍ଥଳରେ ବୃଦ୍ଧଙ୍କ ସମ୍ପର୍କୀୟ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ବୃଦ୍ଧଙ୍କ ନିଖୋଜ ନେଇ ଏତଲା ଦିଆଯାଇଥିବାରୁ ଜୟପାଟଣା ପୁଲିସ ଅପରାହ୍ନରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପଞ୍ଚନାମା କରିଥିଲେ। ଏହାପରେ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories