କଲମପୁର: ବରଗାଁର ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ବୁଧବାର ନିଆଁ ଲାଗି ଯାଇଛି। ଲୋକେ ଏହା ଦେଖି ଭୟଭୀତ ହୋଇଯାଇଥିବା ବେଳେ ତୁରନ୍ତ ଏନେଇ ବିଦ୍ୟୁତ୍ ବିଭାଗ ସମେତ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ବିଦ୍ୟୁତ୍ ବିଭାଗ କର୍ମଚାରୀ ତୁରନ୍ତ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଥିଲେ। ଏହାପରେ ପବିତ୍ର କୁମାର ବେହେରା, ଶଙ୍କର ପ୍ରସାଦ ତ୍ରିପାଠୀ, ଡିସେମ୍ବର ବୁଡେକ ଏବଂ ଗଜାନନ ମାଝୀ ପ୍ରମୁଖ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପାଣି ସିଞ୍ଚନ କରି ନିଆଁକୁ ଆୟତ୍ତ କରିଥିଲେ। ଟ୍ରାନ୍ସଫର୍ମର ନିକଟରେ ବାରମ୍ବାର ସ୍ପାର୍କିଂ ହୋଇ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।
Popular Categories



