www.samajalive.in
Tuesday, December 9, 2025
15.1 C
Bhubaneswar

ସଙ୍କଟରେ ହିମାଚଳ ପ୍ରଦେଶ ସୁଖୁ ସରକାର; ବଜେଟ ପୂର୍ବରୁ ବହୁମତ ସାବ୍ୟସ୍ତ କରିବାକୁ ଦାବି କଲା ବିଜେପି

ନୂଆଦିଲ୍ଲୀ: ହିମାଚଳରେ କଂଗ୍ରେସକୁ ଲାଗିଛି ବଡ ଝଟକା । ରାଜ୍ୟସଭା ନିର୍ବାଚନରେ ହିମାଚଳ ପ୍ରଦେଶର ଗୋଟିଏ ଆସନରେ ବିଜେପି ପ୍ରାର୍ଥୀ ହର୍ଷ ମହାଜନ ବିଜୟ ହୋଇଛନ୍ତି । ଏଠାରେ ଶାସକ ଦଳର ପ୍ରାର୍ଥୀ ଅଭିଷେକ ମନୁ ସିଂଭି କ୍ରସ୍‍ ଭୋଟିଂ ଯୋଗୁ ପରାଜିତ ହୋଇଛନ୍ତି । ହିମାଚଳରେ ବିଜେପିର ସଂଖ୍ୟାଗରିଷ୍ଠତା ନଥିଲା, ହେଲେ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ଏବଂ ତିନିଜଣ ସ୍ୱାଧୀନ ବିଧାୟକ ମଧ୍ୟ କଂଗ୍ରେସକୁ ସମର୍ଥନ କରିନଥିଲେ । ଯେଉଁଥିପାଇଁ ଉଭୟ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ସମାନ ଭୋଟ ପାଇଥିଲେ । ପ୍ରଥମ ଥର ପାଇଁ ରାଜ୍ୟସଭା ନିର୍ବାଚନରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ସମାନ ସଂଖ୍ୟକ ଭୋଟ୍‍ ପଡିବାରୁ ଉଭୟଙ୍କୁ ଏକ ଭୋଟ ସ୍ଲିପ୍‍ ଦେବାକୁ ନିଷ୍ପତି ନିଆଯାଇଥିଲା । ତେବେ ଏହି ସ୍ଲିପ୍‍ ମଧ୍ୟ କଂଗ୍ରେସର ସାତ ଦେଇନଥିଲା ଫଳରେ ବିଜେପି ବାଜିମାତ କରିଥିଲା ।

ବୁଧବାର ହିମାଚଳ ବିଧାନସଭାରେ ବଜେଟ ଉପସ୍ଥାପନ କରାଯିବ । ହେଲେ ଏହା ପୂର୍ବରୁ ଶାସକ ଦଳ ବହୁମତ ସାବ୍ୟସ୍ତ କରୁ ବୋଲି ଦାବି କରିବା ସହ ବିଜେପି ସକାଳୁ ସକାଳୁ ରାଜଭବନରେ ପହଂଚି ରାଜ୍ୟପାଳଙ୍କୁ ଭେଟିଛନ୍ତି । ରାଜ୍ୟସଭା ନିର୍ବାଚନରେ କ୍ରସ୍‍ ଭୋଟିଂ ଯୋଗୁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ଉପରେ ରାଜ୍ୟର ବିଧାୟକଙ୍କ ବିଶ୍ୱାସ ନଥିବା ବିଜେପି କହିଛି । କଂଗ୍ରେସ ସରକାର ନିଜର ବିଧାୟକଙ୍କ ବିଶ୍ୱାସ ହରାଇବା ସହ ସଂଖ୍ୟାଗରିଷ୍ଠତା ହରାଇଥିବା ଦାବି କରିଛି ବିରୋଧୀ ବିଜେପି ।

- Advertisement -

ହିମାଚଳରେ ମୋଟ ୬୮ଟି ସଦସ୍ୟ ବିଶିଷ୍ଟ ବିଧାନସଭା ଆସନରେ ୪୦ଜଣ ବିଧାୟକ ଅଛନ୍ତି । ବିଜେପିର ୨୫ଜଣ ଏବଂ ଅନ୍ୟ ତିନି ଜଣ ସ୍ୱାଧୀନ । କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ମାତ୍ର ୩୫ଟି ସିଟ୍‍ ଆବଶ୍ୟକ । କଂଗ୍ରେସ ସରକାର ବଂଚାଇବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଛି । ଦଳ ପରିସ୍ଥିତିକୁ ଅନୁଧ୍ୟାନ କରିବା ସହ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀର ଡି.କେ ଶିବକୁମାରକୁ ହିମାଚଳ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛି । ଶିବକୁମାରକୁ ଆଜି ବେଙ୍ଗାଲୁରୁରୁ ଚଣ୍ଡିଗଡ ଯାତ୍ରା କରିବେ ଏବଂ ପରେ ହିମାଚଳ ପ୍ରଦେଶ ପହଂଚିବେ । ଭୁପେନ୍ଦ୍ର ସିଂହ ହୁଡାଙ୍କୁ ମଧ୍ୟ ହିମାଚଳ ପଠାଯାଇପାରେ ବୋଲି ସୂଚନା ମିଳିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories