୪୯ ଟଙ୍କାରେ ମିଳୁଥିଲା ୪୮ଟି ଅଣ୍ଡା: କିଣିବାରୁ ଆକାଉଣ୍ଟ ହୋଇଗଲା ଖାଲି

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଜଣେ ମହିଳା ଅନଲାଇନରେ ୪ ଡଜନ ଅଣ୍ଡା କିଣି ଠକାମୀର ଶିକାର ହୋଇଛନ୍ତି । ମହିଳା ୪ ଡଜନ (୪୮) ଅଣ୍ଡା ମାତ୍ର ୪୯ ଟଙ୍କାରେ କିଣିବା ପାଇଁ ଅଫର ମିଳିଥିଲା । ତେବେ ସେ ଏହି ଅଫରରେ ପୈଠ କରିବାକୁ ଚେଷ୍ଟା କରିବାକୁ ତାଙ୍କ କ୍ରେଡିଟ୍ କାର୍ଡରୁ ୪୮ ହଜାର ଟଙ୍କା କଟିଗଲା ।

ମହିଳାଙ୍କ ନା ଶିବାନୀ । ସେ ବେଙ୍ଗାଲୁରୁର ବସନ୍ତନଗରରେ ରୁହନ୍ତି । ମହିଳା ଜଣକ ଅଭିଯୋଗ କରିଛନ୍ତି କି ତାଙ୍କୁ ଏକ ବିଜ୍ଞାପନର ଲିଙ୍କ୍ ମିଳିଲା କି ଏକ ପ୍ରତିଷ୍ଠିତ କମ୍ପାନୀ କମ୍ ଦାମରେ ଅଣ୍ଡା ବିକୁଛି । ବିଜ୍ଞାପନରେ ଏକ ସପିଂ ଲିଙ୍କ୍ ଦିଆଯାଇଥିଲା । ସେହି ଲିଙ୍କରେ ମହିଳାଜଣକ କ୍ଲିକ୍ କଲେ । ଏହା ପରେ ତାଙ୍କୁ ଏକ ପେଜ୍ ମିଳିଲା ଯେଉଁଥିରେ କୁକୁଡାମାନଙ୍କୁ କେମିତି ଯତ୍ନ ନିଆଯାଏ ଏବଂ କେମିତି ଅଣ୍ଡା ଏକତ୍ର କରାଯାଏ ସେନେଇ ବିବରଣୀ ଦିଆଯାଇଥିଲା ।

ଶିବାନୀ କୁହନ୍ତି କି ବିଜ୍ଞାପନ ଅନୁସାରେ କମ୍ପାନୀ ୯୯ ଟଙ୍କାରେ ୮ ଡଜନ ଅଣ୍ଡା ବିକୁଥିଲା ଏବଂ ସେ ତାହା ପୁଣି ବିନା କୌଣସି ଡେଲିଭରୀ ଚାର୍ଜରେ । ଏହା ପରେ ସେ ୪୯ ଟଙ୍କାରେ ୪ ଡଜନ ଅଣ୍ଡା କିଣିବା ପାଇଁ ନିଷ୍ପତ୍ତି ନେଲେ । ଏହା ପରେ ସେ ପେମେଣ୍ଟ ପାଇଁ କାର୍ଡର ବିବରଣୀ ଦେଲେ ଏବଂ ବିନା କୌଣିସି ଓଟିପିରେ ତାଙ୍କ ଖାତାରୁ ପଇସା କଟିଗଲା । ଏହା ପରେ ସେ ଚକିତ ହୋଇଗଲେ । ସେହି ପେଜ୍ ମଧ୍ୟ ବନ୍ଦ ହୋଇଗଲା । ଶେଷରେ ସେ ସାଇବର କ୍ରାଇମ୍ ସହାୟତା ନମ୍ବର ୧୯୩୦ରେ ଫୋନ୍ କଲେ ଏବଂ ତାଙ୍କୁ ନିକଟସ୍ଥ ପୁଲିସ ଷ୍ଟେସନରେ ଅଭିଯୋଗ କରିବାକୁ ନିର୍ଦ୍ଦେଶ ଦିଆଗଲା । ଏନେଇ ଯାଞ୍ଚ କରୁଛି ପୁଲିସ ।

Comments are closed.