www.samajalive.in
Tuesday, December 9, 2025
26.1 C
Bhubaneswar

ଯୁବ ସମାଜସେବୀଙ୍କ ପରିବେଶ ସୁରକ୍ଷା ଚିନ୍ତା

ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ତଣ୍ଡୋ ବିଟ୍ ଅଧୀନରେ ଥିବା ଗ୍ରାମ୍ୟ ଜଙ୍ଗଲ ଓ ଅଟେଇ ଜଙ୍ଗଲକୁ ସୁରକ୍ଷା ଦେବା ସହିତ ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ଗ୍ରାମର ବନ ସଂରକ୍ଷଣର ସଭାପତି ପ୍ରହ୍ଲାଦ କୁମାର ପଲେଇ ସଦା ସର୍ବଦା ଚେଷ୍ଟା ଜାରି ରଖିଛନ୍ତି। ଲୋକଙ୍କ ସହିତ ମିଶି ଗ୍ରାମରେ ସଭା ଆୟୋଜନ କରି ମହିଳା ଗ୍ରୁପର ସମସ୍ତ ସଦସ୍ୟା ଗ୍ରାମର ଜନସାଧାରଣ ବନ ସଂରକ୍ଷଣର ସମସ୍ତ ସଦସ୍ୟ ସଦସ୍ୟାମାନଙ୍କୁ ନେଇ ଜଙ୍ଗଲରେ ନିଆଁ ନ ଲଗାଇବା ଜଙ୍ଗଲ ଗଛ ନ କାଟିବା, ଜୀବ ଜନ୍ତୁମାନଙ୍କୁ ସୁରକ୍ଷା ଦେବା ଆଦି ସଭାରେ ଲୋକଙ୍କୁ ସଚେତନ କରୁଛନ୍ତି। ଜଙ୍ଗଲରେ ବିଲ ନକରିବା ଫଳ ଗଛ ନ କାଟିବା ଜଙ୍ଗଲ ମଝିରେ ବହି ଯାଉଥିବା ନାଳକୁ ପଥରରେ ବାନ୍ଧିବା ଶିକାରୀକୁ ବାରଣ କରିବା ଫଳରେ ଜଙ୍ଗଲ ସୁରକ୍ଷା ହୋଇ ପାରିବ ବୋଲି ବାର୍ତ୍ତା ଦେଉଛନ୍ତି। ଏହା ସହିତ ଗ୍ରାମର ଜନସାଧାରଣକୁ ନେଇ ସଭା, ଶୋଭାଯାତ୍ରା, ପୋଷ୍ଟର ମାଧ୍ୟମରେ ସଚେତନ କରିବା ସହ ଜଙ୍ଗଲ ଓ ଗ୍ରାମରେ ଆମ୍ବ, ପଣସ, ପିଜୁଳି, ଅମୃତଭଣ୍ଡା, ଡାଳିମ୍ବ, ସୁଜନା, ଡାଳିମ୍ବ, ଅସନ, ଅର୍ଜୁନ ଆଦି ବୃକ୍ଷରୋପଣ କ୍ଷେତ୍ରରେ ସକ୍ରିୟ ଥିବା ଦେଖାଯାଇଛି।

Hot this week

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories