www.samajalive.in
Saturday, December 13, 2025
18.1 C
Bhubaneswar

କପେ ଚା’ର ଦାମ୍‌‌ରେ କିଣନ୍ତୁ ୪ ଲିଟର ପେଟ୍ରୋଲ୍‌‌; ଜାଣନ୍ତୁ କେଉଁଠି..

ଭାରତ ଦେଶରେ ଅଧିକାଂଶ ଲୋକଙ୍କ ଦିନର ଆରମ୍ଭ ଏକ କପ ଚା’ରୁ ହୋଇଥାଏ। ଏହା ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଦେଖିବାକୁ ମିଳିଥାଏ। ଚା’ର ଦାମ୍‌‌ କମ୍‌‌ ଥିବା ବେଳେ ପେଟ୍ରୋଲ ଦାମ୍‌‌ରେ ଲୋକଙ୍କ ମୁଣ୍ଡ ବିନ୍ଧା ହୋଇଥାଏ। ଯଦି କୁହାଯାଏ ଚା’ର ଦାମ୍‌‌ରେ ୪ ଲିଟର ପେଟ୍ରୋଲ କିଣି ପାରିବେ। କଥାଟା ଶୁଣିବାକୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବା ସହ ବିଶ୍ୱାସ ମଧ୍ୟ ହେବ ନାହିଁ। ବର୍ତ୍ତମାନ ଦେଶରେ ପେଟ୍ରୋଲର ଦାମ୍‌‌ ବୃଦ୍ଧି ପାଇବା ସହ ଶହେ ଟଙ୍କାରୁ ଲିଟର ପ୍ରତି ଅଧିକ ରହିଛି। ମାତ୍ର ଏହା ମଧ୍ୟ ସତ ଇରାନରେ ଆପଣ ଚା’ ଦାମ୍‌‌ରେ ସହଜରେ ପେଟ୍ରୋଲ ପମ୍ପରୁ ୪ ଲିଟର ପେଟ୍ରୋଲ କିଣି ପାରିବେ। ସାଧାରଣତଃ ଭାରତ ବଜାରରେ ଗୋଟିଏ ଚା’ର ମୂଲ୍ୟ ୧୦ଟଙ୍କା।
ମାତ୍ର ଇରାନରେ ପେଟ୍ରୋଲର ଦାମ୍‌‌ ୨.୩୭ ଟଙ୍କା ପ୍ରତି ଲିଟର। globalpetrolprices.comଅନୁଯାୟୀ, ଇରାନରେ ସବୁଠାରୁ ଶସ୍ତାରେ ପେଟ୍ରୋଲ ମିଳିଥାଏ। ଯାହା ଭାରତୀୟ ଟଙ୍କାରେ ୧୦ ଟଙ୍କାରେ ୪ ଲିଟର ହୋଇଥାଏ। ଭାରତ ଦେଶରେ ସବୁଠାରୁ ଶସ୍ତାରେ ପେଟ୍ରୋଲ ଦାମ୍‌‌ ୮୪.୧୦ ଟଙ୍କା ଥିବା ବେଳେ ସବୁଠାରୁ ମହଙ୍ଗା ଶ୍ରୀନଗରରେ ୧୧୩.୪୪ ଟଙ୍କା ପ୍ରତି ଲିଟରରେ ବିକ୍ରି ହେଉଛି।
ସେହିଭଳି ପାକିସ୍ତାନରେ ପେଟ୍ରୋଲର ମୂଲ୍ୟ ୮୧.୬୬ ଟଙ୍କା ପ୍ରତି ଲିଟର। ଦୁନିଆରେ ସବୁଠାରୁ ମହଙ୍ଗାରେ ପେଟ୍ରୋଲ ହଙ୍ଗକଙ୍ଗରେ ମିଳିଥାଏ। ଏଠାରେ ଲିଟର ପ୍ରତି ୨୫୮.୪୮ ଟଙ୍କା ଭାରତୀୟ ଟଙ୍କା ମୂଲ୍ୟରେ ମିଳୁଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories