www.samajalive.in
Saturday, December 6, 2025
26.1 C
Bhubaneswar

ଏହି ସମୟରେ ଗାୟତ୍ରୀ ମନ୍ତ୍ର ଜପ କଲେ ମିଳେ ଆଶ୍ଚର୍ଯ୍ୟଜନକ ଫଳ,ଶାନ୍ତ ହୋଇଥାଏ କ୍ରୋଧ

ଓଁ ଭୂର୍ଭୁବଃ ସ୍ୱଃ
ତସ୍ତବିତୁର୍ବରେଣ୍ୟଂ
ଭର୍ଗୋ ଦେବସ୍ୟଃ ଧୀମହି
ଧୀୟୋ ୟୋ ନଃ ପ୍ରଚୋଦୟାତ
ଗାୟତ୍ରୀ ମନ୍ତ୍ରର ଅର୍ଥ –
ଭଗବାନ ସୂର୍ଯ୍ୟଙ୍କର ସ୍ତୁତିରେ ଗାୟନ କରାଯାଉଥିବା ଏହି ମନ୍ତ୍ରର ଅର୍ଥ ହେଉଛି ପ୍ରାଣସ୍ୱରୂପ, ଦୁଃଖନାଶକ, ସୁଖସ୍ୱରୂପ, ଶ୍ରେଷ୍ଠ ତେଜସ୍ୱୀ, ପାପନାଶକ,ଦେବସ୍ୱରୂପ ପରମାତ୍ମାଙ୍କୁ ଆମେ ଅନ୍ତଃ କରଣରେ ଧାରଣ କରିବା, ସେହି ପରମାତ୍ମା ଆମର ବୁଦ୍ଧିକୁ ସତ୍ୟ ମାର୍ଗରେ ପ୍ରେରିତ କରନ୍ତୁ।

ଗାୟତ୍ରୀଙ୍କ ମନ୍ତ୍ରରେ ୨୪ ଟି ଅକ୍ଷର ମିଶି ଏହା ହୋଇଛି। କୁହାଯାଏ ଏହି ୨୪ ଅକ୍ଷରରେ ଚବିଶ ଅବତାର, ୨୪ ଋଷି, ୨୪ ଶକ୍ତି, ୨୪ ଭକ୍ତି, ୨୪ ସିଦ୍ଧି ଆଦି ରହିଛି। ଏହାକୁ ସଠିକ ଭାବେ ଓ ଉଚିତ ନିୟମ ଅନୁଯାୟୀ ଗାନ କରିବା ଆବଶ୍ୟକ। ଏହାଦ୍ୱାରା ଜୀବନରେ ଥିବା ସମସ୍ତ ବାଧା ଦୂର ହୋଇଥାଏ।

- Advertisement -

ଗାୟତ୍ରୀ ମନ୍ତ୍ର ସବୁଠାରୁ ଶକ୍ତିଶାଳୀ ମନ୍ତ୍ର ମାନଙ୍କ ମଧ୍ୟରୁ ଗୋଟିଏ ବୋଲି ମାନ୍ୟତା ରହିଛି। ଏହାଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ଏକାଗ୍ରତା ବୃଦ୍ଧି ପାଇଥାଏ। ଏହି ମନ୍ତ୍ର ଜପ କରିବା ଦ୍ୱାରା ଦିନଯାକ ଶକ୍ତି ଅନୁଭବ ହେବା ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ। ଜୀବନରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

ଏହା ସ୍ମରଣ ଶକ୍ତି ବୃଦ୍ଧି କରିବା ସହ ତ୍ୱଚାର ଚମକ ମଧ୍ୟ ବୃଦ୍ଧି କରିଥାଏ। ପେଟ ଜନିତ ଅନେକ ସମସ୍ୟାକୁ ଦୂର କରିଥାଏ।
ଏହି ମନ୍ତ୍ରକୁ ସର୍ବଦା ବ୍ରହ୍ମ ମୁହୂର୍ତ୍ତରେ ଜପ କରିବା ଦ୍ୱାରା ଏହାର ଲାଭ ଦ୍ୱିଗୁଣିତ ହୋଇଥାଏ। ଏହାଦ୍ୱାରା ଶକ୍ତି ଓ ପ୍ରଭାବ ଉଭୟ ବୃଦ୍ଧି ହୋଇଥାଏ।

ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ନକରାତ୍ମକ ଶକ୍ତିରୁ ରକ୍ଷା କରିଥାଏ। ବିଦ୍ୟାର୍ଥୀମାନେ ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ଧ୍ୟାନ ବୃଦ୍ଧି ହେବା ସହ ଅନେକ ସମସ୍ୟା ଦୂର ହୋଇଥାଏ। ଏହି ମନ୍ତ୍ର ଜପ କରିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ।

ନିୟମିତ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା କ୍ରୋଧ ଶାନ୍ତ ହୋଇଥାଏ। ଚିନ୍ତା ଦୂର ହୋଇଥାଏ। ବିିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ। ଜାତକରେ ସୂର୍ଯ୍ୟଙ୍କ ଶକ୍ତି ଖୁବ ଭଲ ରହିଥାଏ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିଥାଏ। ମାନସମ୍ମାନ ବୃଦ୍ଧି ହୋଇଥାଏ। ନକରାତ୍ମକ ଶକ୍ତି ଦୂର ହୋଇଥାଏ। ରୋଗରୁ ମୁକ୍ତି ମିଳିଥାଏ।

 

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories