www.samajalive.in
Saturday, December 6, 2025
26.1 C
Bhubaneswar

ସୁନାପୁର ବେଳାଭୂମି ସଫେଇ ଓ ସଚେତନତା କାର୍ଯ୍ୟକ୍ରମ

ଗୋପାଳପୁର : ପାଲୁର ହିଲଠାରେ ଥିବା ନିଷ୍ଟ ବିଶ୍ୱବିଦ୍ୟାଳୟର ଏନଏସଏସ ବିଦ୍ୟାର୍ଥୀଙ୍କ ପକ୍ଷରୁ ପର୍ଯ୍ୟଟନସ୍ଥଳୀ ସୁନାପୁର ବେଳାଭୂମି ସଫେଇ କରିବା ସହ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ବେଳାଭୂମିକୁ ସଫା ସୁତୁରା ରଖିବା ଓ ପଲିଥିନ ବ୍ୟବହାରରୁ ବିରତି ରହିବାକୁ ସଚେତନତା କରାଇଥିଲେ। ବିଶ୍ବବିଦ୍ୟାଳୟ ଏନଏସଏସ କୋର୍ଡିନେଟର ନୃସିଂହ ପ୍ରସାଦ ତ୍ରିପାଠୀଙ୍କ ତତ୍ବାବଧାନରେ ଆୟୋଜିତ ଏହି ସଫେଇ କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ସାମିଲ ରହିବା ସହ ୧୫ ପ୍ୟାକେଟ ଅଳିଆ ଆବର୍ଜନା ସଂଗ୍ରହ କରିଥିଲେ।
ବିଶ୍ବବିଦ୍ୟାଳୟ ଏନଏସଏସ ପକ୍ଷରୁ ପ୍ରତି ସମୟରେ ବିଭିନ୍ନ ଜନହିତକର କାର୍ଯ୍ୟ କରିବା ସହ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥାଏ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିଖିଲ କୁମାର ,ନନ୍ଦିନୀ ପାଣ୍ଡେ ,ଏଲିନା ସାହୁ , ହର୍ଷିତ ରାଜ ସିଂ, ସନତ ପାଢୀ , ଅଭିଷେକ ପ୍ରଧାନ, ଅମିତ ସ୍ଵାଇଁ, ଦିବ୍ୟାଙ୍କ, ମାରିଆ, ମନୀଷା, ମନସ୍ୱୀ, ଅଙ୍କିତ ପଣ୍ଡା, ରନୋକ ମାହାତୋ, ରଷୋନ୍ ,ଗୁଡୁ , ଦେବସ୍ମିତା, ଇତିଶ୍ରୀ, ସୋନାଲିକା , ଆକାଶ, ମୟାନ୍କ , ସୁଦେଶା, ଅଙ୍କିତ, ସୋନମ , ଲିପ୍ସା, ଜସ୍ମିନ ପ୍ରମୁଖ ସାମିଲ ରହିଥିଲେ। ଏନଏସଏସ ବିଦ୍ୟାର୍ଥୀଙ୍କ ଏପରି କାର୍ଯ୍ୟକୁ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ଼ ପି ରାଜେଶ କୁମାର, ପ୍ରଶାସନ ମୁଖ୍ୟ ଇଂ ସୟଦ ସୁଲେମାନ ଅଲ୍ଲୀ ପ୍ରମୁଖ ପ୍ରଶଂସା କରିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories