www.samajalive.in
Saturday, December 6, 2025
23.1 C
Bhubaneswar

ଯୁବ ଉଦ୍ୟୋଗୀଙ୍କୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଜରିଆରେ ଆର୍ଥିକ ସହାୟତା

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପକ୍ଷରୁ ଅନୁସୂଚିତ ଜନଜାତି ଯୁବକ ଯୁବତୀ ମାନଙ୍କୁ ଅଧିକ ସ୍ୱ।ବଲମ୍ବି କରିବା ପାଇଁ ଆର୍ଥିକ ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଛି।
ସୂଚନା ପ୍ରକାରେ ଅନୁସୂଚିତ ଜନଜାତି ଯୁବକ ଯୁବତୀ ମାନଙ୍କୁ ଅଧିକ ସ୍ୱ।ବଲମ୍ବି କରିବା ସହ ଉତ୍ତମ ରୋଜଗାରକ୍ଷମ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପକ୍ଷରୁ ଆର୍ଥିକ ସହାୟତା ଦେବା ଭଳି କାର୍ଯ୍ୟ ଆରମ୍ଭ କରିଛି। ଆଦିବାସୀ ଯୁବକ ଯୁବତୀଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ସୃଷ୍ଟି କରିବା ସହ ଏଥିରେ ନିଜକୁ ସାମିଲ କରିବା ପାଇଁ ଦେଶରେ ପ୍ରଥମଥର ପାଇଁ ଏହିପରି ପଦକ୍ଷେପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିଛନ୍ତି। ଏହି ଅବସରରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦରମହକୁମା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଫୁଲବାଣୀ ପକ୍ଷରୁ ଆଦିବାସୀ ଯୁବ ଉଦ୍ୟୋଗୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।
ଏଥିରେ ପିଏ ଆଇଟି ଡିଏ ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆଁ, ଏସ୍ ଏମ୍ ଏସ୍ ଗୁପ୍ତ ଖିଲ, ଏସ୍ ଏମ୍ ଏସ୍ ଶୁଭଶ୍ରୀ ମହାନ୍ତି ଓ ସ୍ୱାତୀ ଅନୁଷ୍ଠାନରୁ ୩ଟି ବ୍ଲକ୍ ର ଜୀବିକା ବିଶେଷଜ୍ଞ ଶ୍ରୀପତି ପାତ୍ର, ଉମାକାନ୍ତ ସାହୁ, ସଦାଶିବ ଚୌଧୁରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ବାଣୁଆଁ ଯୁବ ଉଦ୍ୟୋଗୀ ମାନଙ୍କୁ ଏହି ସହାୟତା ଆଶୀର୍ବାଦ ଭାବି ଭଲ ଭାବରେ କାର୍ଯ୍ୟ କରିବାକୁ କହିଥିଲେ। ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଜରିଆରେ ୩ଟି ବ୍ଲକ୍ ର ପ୍ରାୟ ୨୫ ଜଣକୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହା ଦ୍ୱାରା ତାଙ୍କର ପରିବାର ପ୍ରତିପୋଷଣ ହେବା ସଂଗେ ସଂଗେ ଅନ୍ୟ ମାନଙ୍କୁ ଏହା ଉଦାହରଣ ହୋଇ ପାରିବ। ଆଦିବାସୀ ଯୁବ ଉଦ୍ୟୋଗୀ ମାନଙ୍କ ନିମନ୍ତେ ରାଜ୍ୟ ସରକାର ଏହି ଅଭିନବ ପ୍ରୟାସ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁ ଆଦିବାସୀ ଯୁବକ ଯୁବତୀ କୃତଜ୍ଞତା ଜ୍ଞାପନ କରିଛନ୍ତି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories