www.samajalive.in
Tuesday, December 9, 2025
16.1 C
Bhubaneswar

କୃଷକ ଆନ୍ଦୋଳନ ୨୯ ପର୍ଯ୍ୟନ୍ତ ସ୍ଥଗିତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ କୃଷିଜାତ ଦ୍ରବ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍‌ପି) ଆଇନ ପ୍ରଣୟନ କରାଯିବା ଦାବିରେ କୃଷକମାନେ ସେମାନଙ୍କର ଆନ୍ଦୋଳନ ଜାରି ରଖିଛନ୍ତି। ତେବେ ପୁଲିସ କାର୍ଯ୍ୟାନୁଷ୍ଠାନରେ କୃଷକଙ୍କ ମୃତ୍ୟୁ ପରେ କୃଷକ ସଂଗଠନ ପକ୍ଷରୁ ସେମାନଙ୍କର ‘ଦିଲ୍ଲୀ ଚାଲ’ ଅଭିଯାନକୁ ଆସନ୍ତା ୨୯ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ୨୯ରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଆନ୍ଦୋଳନର ନେତୃତ୍ବ ନେଉଥିବା ଦୁଇଟି କୃଷକ ସଂଗଠନ ‘ସଂଯୁକ୍ତ କିଷାନ ମୋର୍ଚ୍ଚା’ ଏବଂ ‘କିଷାନ ମଜଦୁର ମୋର୍ଚ୍ଚା’ ପକ୍ଷରୁ କୁହାଯାଇଛି।

ଅପରପକ୍ଷରେ କୃଷକ ସଂଗଠନ ପକ୍ଷରୁ ଶନିବାର ମହମବତି ଶୋଭାଯାତ୍ରା ବାହାର କରାଯାଇଥିବାବେଳେ ୨୫ରେ ଏହି ପ୍ରସଙ୍ଗ ନେଇ ବିଭିନ୍ନ ସ୍ଥାନରେ ସେମିନାର ଆୟୋଜନ କରାଯିବ। ଫେବୃଆରୀ ୨୬ରେ ବିଶ୍ବ ବାଣିଜ୍ୟ ସଂଗଠନ ଓ କେନ୍ଦ୍ର ସରକାରଙ୍କ କୁଶ ପୁତ୍ତଳିକା ଦାହ କରାଯାଉଥିବାବେଳେ ପରବର୍ତ୍ତୀ ଦୁଇଦିନ ଅର୍ଥାତ୍‌ ୨୭ ଓ ୨୮ରେ ଦୁଇ କୃଷକ ସଂଗଠନର ବୈଠକ ଆୟୋଜିତ ହେବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଚଳିତମାସ ୧୩ରୁ କୃଷକଙ୍କ ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ କେନ୍ଦ୍ର ସରକାରଙ୍କ ସହ ଚାରି ପର୍ଯ୍ୟାୟ ଆଲୋଚନା ବିଫଳ ହୋଇସାରିଛି। ଏମଏସ୍‌ପି ପ୍ରସଙ୍ଗରେ ସ୍ବାମୀନାଥନ କମିସନଙ୍କ ସୁପାରିସ ଲାଗୁ, କୃଷକଙ୍କ ପାଇଁ ପେନସନ ବ୍ୟବସ୍ଥା, ବିଦ୍ୟୁତ ଶୁଳ୍କ ହ୍ରାସ, ୨୦୨୧ ଆନ୍ଦୋଳନ ସମୟରେ କୃଷକଙ୍କ ବିରୋଧରେ ରୁଜୁ କରାଯାଇଥିବା ମାମଲା ପ୍ରତ୍ୟାହାର ଭଳି ଏକାଧିକ ଦାବି ପୂରଣ ନିମନ୍ତେ ଏହି ଆନ୍ଦୋଳନ ଜାରି ରହିଛି। ତେବେ କଡା ନିରାପତ୍ତା ବ୍ୟବସ୍ଥା ଯୋଗୁଁ କୃଷକମାନେ ଦିଲ୍ଲୀରେ ପହଞ୍ଚି ପାରିନାହାନ୍ତି।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories