www.samajalive.in
Saturday, December 6, 2025
19.1 C
Bhubaneswar

ଦିଲ୍ଲୀ ଚଲୋ ସ୍ଥଗିତ: ଖୋଲିଲା ଦିଲ୍ଲୀ-ହରିୟାଣା ବର୍ଡର

ନୂଆଦିଲ୍ଲୀ: ଆସନ୍ତା ୨୯ ତାରିଖ ଯାଏଁ ଦିଲ୍ଲୀ ଚଲୋ ଅଭିଯାନ ସ୍ଥଗିତ ରଖାଯାଇଛି। ଏ ନେଇ ଚାଷୀ ସଙ୍ଗଠନର ଘୋଷଣା ପରେ ଦିଲ୍ଲୀ ବର୍ଡର ଧିରେ ଧିରେ ଖୋଲୁଛି। ପଞ୍ଜାବ ଓ ହରିୟାଣାକୁ ଯୋଗାଯୋଗ କରୁଥିବା ଶମ୍ଭୁ ଓ ଟିକିରି ବର୍ଡରୁ ଦିଲ୍ଲୀ ପୋଲିସ ପକ୍ଷରୁ ଅସ୍ଥାୟୀ ଭାବେ ଖୋଲାଯାଉଛି । ସେହିପରି ସୀମାରୁ କଂକ୍ରିଟ୍ ବ୍ୟାରିକେଡକୁ ଭଙ୍ଗାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦୁଇଟି ଲେନ ଖୋଲିବାକୁ ନିଷ୍ପତି ନେଇଛି ଦିଲ୍ଲୀ ପୋଲିସ । ଆଜି ସନ୍ଧ୍ୟା ସୁଦ୍ଧା ଶମ୍ଭୁ ଓ ଟ୍ରିକି ବର୍ଡରରେ ଯାତାୟତ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଚାଷୀଙ୍କ ଆନ୍ଦୋଳନ ଡାକରା ପରେ ଫେବୃଆରି ୧୩ ତାରିଖରୁ ଦୀଲ୍ଲୀ ସୀମାକୁ ସିଲ କରାଯାଇଥିଲା । ସେପଟେ ଶନିବାର ସନ୍ଧ୍ୟାରେ ଚାଷୀମାନେ ପଞ୍ଜାବ-ହିରିୟାଣାର ଶମ୍ଭୁ ଓ ଖନୌରୀ ସୀମାରେ ପ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ। ପଞ୍ଜାବ ଭଠିଣ୍ଡାର ଯୁବଚାଷୀ ଶୁଭକରଣ ସିଂହଙ୍କୁ ସମସ୍ତ ଚାଷୀମାନେ ଶ୍ରଦ୍ଧାଞ୍ଜଳୀ ଦେଇଥିବା ଦେଖିବାକୁ ମିଳିଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories