ଅଯୋଧ୍ୟାରୁ ଫେରିଥିବା ବାଇକ ଅଭିଯାତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା
ଆଠଗଡ଼: ସ୍ୱରସ୍ବତୀ ପୂଜା ଦିନ ତିନିଜଣ ରାମଭକ୍ତ ଆଠଗଡରୁ ବାଇକ ଯେଗେ ଅଯୋଧ୍ୟା ଯାଇ ରାମ ଲାଲାଙ୍କ ଦର୍ଶନ କରି ସେଠାରେ ଓଡିଶୀ ନୃତ୍ୟ ପଦର୍ଶନ କରି ପ୍ରଶଂସିତ ହୋଇଥିଲେ। ଶନିବାର ସେମାନେ ଫେରିବା ପରେ ଆଠଗଡର ବିଭିନ୍ନ ସଂଗଠନ ପକ୍ଷରୁ ସେମାନଙ୍କୁ ଉତ୍ସସିତ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଗତ ଫେବୃଆରୀ ୧୪ରେ ଆଠଗଡ ସହରର ଓଡିଶୀ ନୃତ୍ୟ ଗୁରୁ ରଘୁନାଥ ଦାସ, କୁଶଳୀ କାରିଗର କାଶୀନାଥ ଦାସ ଓ ବ୍ୟବସାୟୀ ସନ୍ତୋଷ କୁମାର ରାଉତ ୨ଟି ବାଇକରେ ରାମ ଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଯାତ୍ରା କରିଥିଲେ। ଅଯୋଧ୍ୟାରେ ପହଞ୍ଚି ସେମାନେ ଏକ ଆଶ୍ରମରେ ରହି ରାମ ଲାଲାଙ୍କ ଦର୍ଶନ କରିଥିଲେ। ନୃତ୍ୟଶିଳ୍ପୀ ତଥା ରାସରସିକପୁରସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରର କ୍ରୀଡା ଶିକ୍ଷକ ରଘୁନାଥ ଦାସ ରାମ ଲାଲାଙ୍କ ମନ୍ଦିର ପରିସରେ ଥିବା ନୃତ୍ୟ ମଣ୍ଡପରେ ଓଡିଶୀ ନୃତ୍ୟ ପରିବେଷଣ କରି ଉପସ୍ଥିତ ଶତାଧିକ ଦର୍ଶକଙ୍କୁ ବିମୋହିତ କରି ଦେଇଥିଲେ। ଏଥିପାଇଁ ତାଙ୍କୁ ସେଠାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରଯାଇଥିଲା। ୧୦ ଦିନର ଏହି ଯାତ୍ରା ମଧ୍ୟରେ ସେମାନେ ଅଯୋଧ୍ୟାରୁ ଫେରି ନୟାଗଡ଼ ଜିଲ୍ଲାରେ ପ୍ରତିଷ୍ଠିତ ନୂୂୂତନ ରାମ ମନ୍ଦିରରେ ଶ୍ରୀ ରଘୁନାଥଙ୍କୁ ଏବଂ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଶନିବାର ଅପରାହ୍ନରେ ଆଠଗଡ ଫେରିଥିଲେ। ଏହି ଅବସରେ ଆଠଗଡ଼ ସହରର ରଘୁନାଥଙ୍କ ମନ୍ଦିର ପରିସରେ ପହଞ୍ଚିବା ପରେ ଆଠଗଡ ସାମ୍ବାଦିକ ସଂଘର ସଭାପତି ଅର୍ଧେନ୍ଦୁ ମହାନ୍ତି, ସମ୍ପାଦକ ବିଭୁତି ଭୂଷଣ ଖଟୁଆ, ସଭ୍ଯ ସନ୍ତୋଷ ବାରିକ, ଦିଲ୍ଲୀପ ଦାସ, ଅଶୋକ ପ୍ରଧାନଙ୍କ ସମେତ ଅନ୍ଯ ସାମ୍ବାଦିକମାନେ ଅଭିଯାତ୍ରୀ ୩ଜଣଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସେହିଭଳି ଶ୍ରୀ ରଘୁନାଥ କୃପା ପରିଷଦ କର୍ମକର୍ତ୍ତା ରୁଦ୍ର ଚରଣ ମହାନ୍ତି, ଖିରୋଦ କୁମାର ସାହୁ, ରଘୁନାଥ ରାମଲୀଳା ନାଟ୍ୟ ସଂଘର ସଭାପତି ପ୍ରଭାକର ପଟ୍ଟନାୟକ, ରଘୁନାଥ ବଜାର କମିଟି ସଭାପତି ରଂଜିତ ଭକ୍ତା, ବିଚିତ୍ରା ନନ୍ଦ ଦାସ, ବିଜୟ କୁମାର ଦାସ, ସରୋଜ କୁମାର ଦାସ, ମାଇଣ୍ଡସ୍ କ୍ଲବ ସଭାପତି ମନୋରଞ୍ଜନ ମହାପାତ୍ର ଓ କର୍ମକର୍ତାଙ୍କ ସହ ପୂଜକ ଶୁଶାନ୍ତ କୁମାର ରଣା ପ୍ରମୁଖ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
Comments are closed.