www.samajalive.in
Friday, December 12, 2025
16.1 C
Bhubaneswar

୨୬ରେ କଂଗ୍ରେସର ଭୁବନେଶ୍ୱର ଚାଲ ଡାକରା

କେନ୍ଦୁଝରଗଡ଼: କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ଶାସନରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ବେଳେ ଉଭୟ ସରକାରଙ୍କ କୁଶାସନ ଓ ବିଫଳତା ପ୍ରତିବାଦରେ ଆସନ୍ତା ୨୬ ତାରିଖରେ ରାଜ୍ୟ କଂଗ୍ରେସ ପକ୍ଷରୁ ସଚିବାଳୟ ଘେରାଉ ପରିପ୍ରେକ୍ଷୀରେ ଭୁବନେଶ୍ୱର ଚାଲ ଡାକରା ଦେଇଛି କେନ୍ଦୁଝର ଜିଲା କଂଗ୍ରେସ। ଜିଲା କାର୍ଯ୍ୟାଳୟରେ ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲା ସଭାପତି ମୋହନ ପରିଡ଼ା ଯୋଗଦେଇ ଏହି ଡାକରା ଦେବା ସହ ଜିଲାର ପ୍ରତିବ୍ଲକ, ପୌରପାଳିକା ଓ ବିଜ୍ଞାପିତ ପରିଷଦ ଅଞ୍ଚଳରୁ ଶତାଧିକ ନେତା ଓ କର୍ମୀ ୨୬ ତାରିଖ ଭୁବନେଶ୍ୱର ଚାଲ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ଦେଇଥିଲେ। ଖଣି ଓ ଶିଳ୍ପରେ ଭରପୁର କେନ୍ଦୁଝର ଜିଲା ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେଭଳି କ୍ରମାଗତ ଭାବେ ବୈମାତୃକ ମନୋଭାବ ପ୍ରଦର୍ଶନକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories