ଦେଓଗାଁ: ଶନିବାର ଦେଓଗାଁ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଜୋର ଉନ୍ନିତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବ୍ରାହ୍ମଣୀଜୋର ଗାଁରେ ପରିବେଶ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ପ୍ରଧାନ ଶିକ୍ଷକ ରତନ ମେହେରଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଏକ ଶୋଭାଯାତ୍ରାରେ ପ୍ଲାକାର୍ଡ଼ ଓ ସ୍ଲୋଗାନ ମାଧ୍ୟମରେ ବୃକ୍ଷର ମହତ୍ବ ଓ ପରିବେଶ ସ୍ବଚ୍ଛତା ବିଷୟରେ ଜନଜାଗରଣ ସୃଷ୍ଟି କରି ଗାଁ ପରିକ୍ରମା କରିଥିଲେ। ଏହି ଅବସରରେ ଗାଁ ମଝିରେ ଥିବା ଭାଗବତ ମନ୍ଦିର ନିକଟରେ ଏକ ସଭାର ଆୟୋଜନ ହୋଇଥିଲା।
Popular Categories



