ନୟାଗଡ଼: ହତ୍ୟାକାଣ୍ଡର ୨୨ବର୍ଷ ପରେ ଆସିଲା ରାୟ। ହତ୍ୟାକାଣ୍ଡ ମାମଲାରେ ୬ଜଣଙ୍କୁ ଆଜୀବନ ସଜା ଦେଇଛନ୍ତି ଓଡ଼ଗାଁ ଏଡିଜେ। ଅନ୍ୟ ୧୦ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି କୋର୍ଟ। ୨୦୦୨ ଶରଣକୂଳ ଥାନା କେଶପାନିଆ ଗାଁରେ ହତ୍ୟାକାଣ୍ଡ ଘଟିଥିଲା।
ପୂର୍ବ ଶତ୍ରୁତାକୁ ନେଇ ମଦନ ନାୟକଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡରେ ମୋଟ ୧୮ଜଣଙ୍କ ନାମରେ ଥାନାରେ ଏତଲା ଦାୟର କରାଯାଇଥିଲା। ଅପରପକ୍ଷରେ ଅନ୍ୟ ୨ ଅଭିଯୁକ୍ତଙ୍କର ଏହା ମଧ୍ୟରେ ମୃତ୍ୟୁ ଘଟିସାରିଛି।



