www.samajalive.in
Thursday, December 11, 2025
23.1 C
Bhubaneswar

ଆତ୍ମନିର୍ଭର ଭାରତ ଆଧାରରେ ନିର୍ମାଣ କରାଯିବ ବିକଶିତ ଭାରତ – ମୋଦୀ

ଡେସ୍କ: ଆତ୍ମନିର୍ଭର ଭାରତ ଆଧାରରେ ବିକଶିତ ଭାରତ ନିର୍ମାଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେଥିପାଇଁ ସରକାର କ୍ଷୁଦ୍ର କୃଷକ, ଗୋପାଳକ, କାରିଗର ଓ ଉଦ୍ୟୋଗୀଙ୍କୁ ସାହାଯ୍ୟ କରୁଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ୧୩ ହଜାର କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ସେ କରଖିଆଁ ଅଞ୍ଚଳରେ ଅମୁଲ ଦୁଗ୍ଧ କାରଖାନାକୁ ଉଦଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ମୋଦୀ କହିଥିଲେ ଯେ, ଏହି ପ୍ଲାଣ୍ଟ ସମଗ୍ର ଅଞ୍ଚଳର ୩ ଲକ୍ଷରୁ ଅଧିକ କୃଷକଙ୍କ ଆୟ ବୃଦ୍ଧି କରିବ। ସେ କହିଥିଲେ ଯେ ବନାସ ଦୁଗ୍ଧ କାରଖାନା କୃଷକ ଏବଂ ଗୋପାଳକମାନଙ୍କୁ ସଚେତନ କରିବ ଏବଂ ଉତ୍ତମ ଗୋରୁ ପ୍ରଜାତି ଓ ଉତ୍ତମ ଗୋଖାଦ୍ୟ ବିଷୟରେ ପ୍ରଶିକ୍ଷଣ ଦେବ।

ତଟରକ୍ଷୀ ବାହିନୀ ଅଭ୍ୟାସ – ଭାରତ, ଶ୍ରୀଲଙ୍କା ଓ ମାଳଦ୍ୱୀପ ସାମିଲ

- Advertisement -

ପଶୁପାଳନରେ ନିୟୋଜିତ ମହିଳାମାନଙ୍କୁ ରୋଜଗାର ଯୋଗାଇବାରେ ଗିର ଗାଈଙ୍କ ଭୂମିକା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ପଶୁପାଳନ ହେଉଛି ଏକ କ୍ଷେତ୍ର ଯେଉଁଥିରେ ଆମ ଭଉଣୀମାନେ ଅଧିକ ସଂପୃକ୍ତ ଅଛନ୍ତି। ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏହା ଏକ ବଡ଼ ମାଧ୍ୟମ। ଚାଷୀଙ୍କୁ ଖାଦ୍ୟ ଓ ଶକ୍ତି ଦାତା କରିବା ସହ ସାର ଦାତା କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି।

ଭାରତ ଫେରିଲେ ଦୁବାଇ ଜେଲରେ ଥିବା ୪ ବନ୍ଦୀ

ପ୍ରଧାନମନ୍ତ୍ରୀ ଆଜି ଶୁଭାରମ୍ଭ କରିଥିବା ପ୍ରମୁଖ ଉନ୍ନୟନ ମୂଳକ ପ୍ରକଳ୍ପଗୁଡ଼ିକ ମଧ୍ୟରେ ବୁଣାକାରମାନଙ୍କ ପାଇଁ ରେଶମ କପଡ଼ା ଛପା ସାଧାରଣ ସୁବିଧା କେନ୍ଦ୍ର ଏବଂ ପର୍ଯ୍ୟଟନ ଏବଂ ଆଧ୍ୟାତ୍ମିକ ପର୍ଯ୍ୟଟନ ସମ୍ବନ୍ଧୀୟ ଅନେକ ପ୍ରକଳ୍ପ ରହିଛି। ସେ ବାରାଣସୀରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲୋଜିର ଶିଳାନ୍ୟାସ କରିଥିଲେ।

ବିରୋଧୀ ମେଣ୍ଟ ଭାଙ୍ଗିବା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିକୁ ବ୍ୟବହାର କରୁଛି ବିଜେପି

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ସନ୍ଥ ଗୁରୁ ରବିଦାସଙ୍କ ୬୪୭ତମ ଜୟନ୍ତୀ ଅବସରରେ ଋଷି ଗୋବର୍ଧନ ଅଞ୍ଚଳରେ ଆୟୋଜିତ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ କହିଥିଲେ ଯେ କେନ୍ଦ୍ର ସରକାର ସମସ୍ତଙ୍କ ପାଇଁ କାମ କରୁଛନ୍ତି ଏବଂ ସମସ୍ତ ସରକାରୀ ଯୋଜନା ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଅଟେ। ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସ ହେଉଛି ସରକାରଙ୍କ ଉଦ୍ଦେଶ୍ୟ।

ଅଡୁଆରେ କେଜରିୱାଲ, ବିଧାନସଭାରେ ସିଏଜି ରିପୋର୍ଟ ଦାଖଲ ପାଇଁ କହିଲେ ଉପରାଜ୍ୟପାଳ

କରୋନା ସଙ୍କଟ ସମୟରେ ସରକାରଙ୍କ କାର୍ଯ୍ୟ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଏହି ସମୟ ମଧ୍ୟରେ ସରକାର ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ପୃଥିବୀରେ ଏପରି କୌଣସି ଯୋଜନା ନାହିଁ ଯାହା ଏତେ ସଂଖ୍ୟକ ଜନସଂଖ୍ୟାକୁ ଏପରି ସୁବିଧା ପ୍ରଦାନ କରେ।

ଗରିବ ଲୋକ, ବିଶେଷ କରି ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ତାଙ୍କ ସରକାର ସ୍ୱଚ୍ଛ ହୃଦୟ ଓ ପ୍ରକୃତ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଦଳିତ ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତି ଦୁଇଗୁଣ ବୃଦ୍ଧି କରାଯାଇଛି।

ପ୍ରଧାନମନ୍ତ୍ରୀ ଆଜି ସକାଳେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଫ୍ରିଡମ ହଲରେ ତାଙ୍କର ପ୍ରଥମ କାର୍ଯ୍ୟକ୍ରମରେ କାଶୀ ସଂସଦ ସଂସ୍କୃତ ପ୍ରତିଯୋଗିତାର ପୁରସ୍କାର ବିତରଣ ସମାରୋହରେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଭାରତ ବିଶ୍ୱ ସାମ୍ନାରେ ବିକାଶର ଏକ ଉଦାହରଣ ସୃଷ୍ଟି କରିବାକୁ ଯାଉଛି ଏବଂ ଏହା ସେମାନଙ୍କର ଗ୍ୟାରେଣ୍ଟି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories