www.samajalive.in
Wednesday, December 10, 2025
18.1 C
Bhubaneswar

ଶେଷ ହେବାକୁ ଯାଉଛି ବାମପନ୍ଥୀ ଉଗ୍ରବାଦ – ଅମିତ ଶାହା

ଡେସ୍କ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ନକ୍ସଲବାଦକୁ ରୋକିବା ପାଇଁ ଆକ୍ରମଣାତ୍ମକ ରଣନୀତି ଆପଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ସେ କହିଛନ୍ତି ଯେ ବାମପନ୍ଥୀ ଉଗ୍ରବାଦ ଉପରେ ଆକ୍ରମଣ ଫଳରେ ଏହା ଆଜି ଶେଷ ନିଶ୍ୱାସ ନେଉଛି। ଶ୍ରୀ ଅମିତ ଶାହା କହିଛନ୍ତି ଯେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ସେବା ଏବଂ ଶିକ୍ଷା ଭିତ୍ତିଭୂମି ସୃଷ୍ଟି କରି ନରେନ୍ଦ୍ର ମୋଦୀ ସରକାର ନକ୍ସଲ ପ୍ରଭାବିତ ଅଞ୍ଚଳରେ ଗରିବଙ୍କ ହୃଦୟ ଜିତିଛନ୍ତି।

ଆତ୍ମନିର୍ଭର ଭାରତ ଆଧାରରେ ନିର୍ମାଣ କରାଯିବ ବିକଶିତ ଭାରତ – ମୋଦୀ

- Advertisement -

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ଯୋଗୁଁ ବାମପନ୍ଥୀ ଉଗ୍ରବାଦ ନିଜର ସତ୍ତା ହରାଇଛି ବୋଲି ଗୃହମନ୍ତ୍ରୀ କହିଛନ୍ତି। ନକ୍ସଲ ପ୍ରଭାବିତ ଅଞ୍ଚଳର ବିକାଶ ଓ ନିରାପତ୍ତା ଦିଗରେ ସାମଗ୍ରିକ ଆଭିମୁଖ୍ୟ ନେଇ ସରକାର ନକ୍ସଲବାଦକୁ ଏକ ଦୃଢ଼ ଝଟକା ଦେଇଛନ୍ତି ବୋଲି ସେ କହିଛନ୍ତି। ସେ କହିଥିଲେ ଯେ ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାରମାନଙ୍କୁ ନେଇ ସରକାର ଲୋକଙ୍କ ବିଶ୍ୱାସ ଜିତିଛନ୍ତି।

ତଟରକ୍ଷୀ ବାହିନୀ ଅଭ୍ୟାସ – ଭାରତ, ଶ୍ରୀଲଙ୍କା ଓ ମାଳଦ୍ୱୀପ ସାମିଲ

ଗୃହ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ୨୦୦୪-୧୪ ତୁଳନାରେ ୨୦୧୪-୨୩ ଦଶନ୍ଧିରେ ଏଲଡବ୍ଲୁଇ ସମ୍ବନ୍ଧୀୟ ହିଂସା ୫୨ ପ୍ରତିଶତ ହ୍ରାସ ପାଇଛି। ମୃତ୍ୟୁ ସଂଖ୍ୟା ୬୦୩୫ରୁ ୬୯ ପ୍ରତିଶତ ହ୍ରାସ ପାଇ ୧୮୬୮ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଏଲଡବ୍ଲୁଇ ଘଟଣା ୧୪,୮୬୨ରୁ ୭,୧୨୮କୁ ହ୍ରାସ ପାଇଛି। ବାମପନ୍ଥୀ ଉଗ୍ରବାଦ ଯୋଗୁଁ ସୁରକ୍ଷା ବାହିନୀର ଯବାନଙ୍କ ମୃତ୍ୟୁ ସଂଖ୍ୟା ୨୦୦୪-୧୪ରେ ୧୭୫୦ରୁ ୭୨ ପ୍ରତିଶତ ହ୍ରାସ ପାଇ ୨୦୧୪-୨୩ରେ ୪୮୫ରେ ପହଞ୍ଚିଛି ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ୪୨୮୫ରୁ ୬୮ ପ୍ରତିଶତ ହ୍ରାସ ପାଇ ୧୩୮୩ରେ ପହଞ୍ଚିଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories