www.samajalive.in
Saturday, December 13, 2025
14.1 C
Bhubaneswar

ବିରୋଧୀ ମେଣ୍ଟ ଭାଙ୍ଗିବା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିକୁ ବ୍ୟବହାର କରୁଛି ବିଜେପି

ଡେସ୍କ: ବିରୋଧୀ ମେଣ୍ଟ ଭାଙ୍ଗିବା ପାଇଁ ବିଜେପି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡ଼ିକୁ ବ୍ୟବହାର କରୁଛି ବୋଲି ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି। ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଦିଲ୍ଲୀ ଅର୍ଥ ମନ୍ତ୍ରୀ ଆତିଶୀ ଅଭିଯୋଗ କରିଛନ୍ତି ଯେ ଯଦି ସେ କଂଗ୍ରେସ ଏବଂ ବିରୋଧୀ ମେଣ୍ଟରୁ ଦୂରେଇ ନ ଯାଆନ୍ତି ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯିବ ବୋଲି ତାଙ୍କୁ ଚେତାବନୀ ଦିଆଯାଇଛି।

ଅଡୁଆରେ କେଜରିୱାଲ, ବିଧାନସଭାରେ ସିଏଜି ରିପୋର୍ଟ ଦାଖଲ ପାଇଁ କହିଲେ ଉପରାଜ୍ୟପାଳ

- Advertisement -

ଏହି ଅଭିଯୋଗକୁ ଖଣ୍ଡନ କରି ବିଜେପି କହିଛି ଯେ ଆମ୍ ଆଦମୀ ପାର୍ଟି ସହାନୁଭୂତି ହାସଲ କରିବା ପାଇଁ ଏଭଳି ଅଭିଯୋଗ କରୁଛି। ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ କହିଛନ୍ତି ଯେ କେଜ୍ରିୱାଲଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗରେ ତଦନ୍ତ ଚାଲିଛି। ବିରୋଧୀ ମେଣ୍ଟ ସମ୍ପର୍କରେ ଶ୍ରୀ ସଚଦେବ କହିଛନ୍ତି ଯେ ମଦ ଦୁର୍ନୀତି ନେଇ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ନିକଟରେ ପ୍ରଥମ ଲିଖିତ ଅଭିଯୋଗ କଂଗ୍ରେସ କରିଥିଲା।

କାହିଁକି ଖିଆ ଯାଏ ଗୁଡ-ଘିଅ..

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories