ଶିଶୁମାନଙ୍କ ଥଇଥାନ ପାଇଁ ଭ୍ରାମ୍ୟମାଣ ଶିବିର, ଶତାଧିକ ଶିଶୁ ଉପକୃତ

ଫୁଲବାଣୀ : ରାଜ୍ୟ ସରକାର ଶିଶୁ ମାନଙ୍କ ମଙ୍ଗଳ ଓ ଥଇଥାନ ପାଇଁ ଅନେକ ଯୋଜନା କରୁଛନ୍ତି। ସେମାନଙ୍କ ସୁରକ୍ଷା ସୁଦୃଢ କରିବା ସହିତ ପାଠ ପଢା ଜାରି ରଖିବା ପାଇଁ ଅନେକ ବ୍ୟବସ୍ଥା ହେଉଛି । ଏହି ପରିପ୍ରେକ୍ଷୀରେ ଏବେ ଦୁର୍ଗମ ଅଞ୍ଚଳରେ ଭ୍ରାମ୍ୟମାଣ ଶିଶୁ କୋର୍ଟ ଓ ଶିବିର ଆୟୋଜନ କରାଯାଇଛି । ଫଳରେ ଶିଶୁମାନେ ଆବଶ୍ୟକ ଶିକ୍ଷା ଓ ସୁରକ୍ଷା ପାଇ ଥଇଥାନ ହେଉଛନ୍ତି ବୋଲି କହିଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ଆଜି ଜିଲ୍ଲାର ଦୁର୍ଗମ ଓ ଅତ୍ୟନ୍ତ ମାଓ ପ୍ରବଣ ଅଞ୍ଚଳ ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅନ୍ତର୍ଗତ ବାଲନ୍ଦାପଡ଼ାଠାରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟରେ ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ଏହି ଶିବିରକୁ ବିଧାୟକ ଉଦଘାଟନ କରିଥିବାବେଳେ ପ୍ରଦୀପ ସ୍ୱାଇଁ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିସିପିଓ ରଶ୍ମିତା କରନ୍, ସି ଡବ୍ଲୁ ସି ଅଧ୍ୟକ୍ଷ ରଜତ ଦିଗାଲ, ଫିରିଙ୍ଗିଆ ସାଂସଦ ପ୍ରତିନିଧି ବିଷ୍ଣୁ ମଲ୍ଲିକ, ସରପଞ୍ଚ ନିରାକାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପିତା-ମାତା ନଥିବା ଅନେକ ଶିଶୁଙ୍କୁ ଏହି ଅବସରରେ ଥଇଥାନ କରାଯାଇଥିଲା।

Comments are closed.