ଗଞ୍ଜାମ: ଭୁଲ୍ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ। ଗଞ୍ଜାମ ବୁଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ବୁଗୁଡା ନେଳିଆବନ୍ଧ ଗାଁର ମାଗି ନାୟକଙ୍କ ୬ମାସର ଶିଶୁପୁତ୍ରକୁ ବୁଧବାର ଟୀକାକରଣ କେନ୍ଦ୍ରରେ ଇଞ୍ଜେକସନ୍ ଦିଆଯାଇଥିଲା । ହେଲେ ଇଞ୍ଜେକସନ୍ ନେବା ପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ବିଗିଯାଇଥିଲା। ଏହାପରେ ତୁରନ୍ତ ଶିଶୁ ଟିକୁ ପରିବାର ଲୋକ ବୁଗୁଡା ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ମେଡିକାଲ ଭିତରେ ପଶି ଭଙ୍ଗାରୁଜା କରିଥିଲେ। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ଏନେଇ ବୁଗୁଡ଼ା ଡାକ୍ତରଖାନା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ପୁଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
Popular Categories



