www.samajalive.in
Sunday, December 14, 2025
19.1 C
Bhubaneswar

୫ ଘଣ୍ଟାରୁ ଅଧିକ ସମୟ ବସି ରହିଲେ ; ଥାଏ ହୃଦୟ ଜନିତ ସମସ୍ୟା ହେବାର ସମ୍ଭାବନା

ଜାଣତରେ ଅଜାଣତରେ କରୁଥିବା କିଛି ଭୁଲ୍‌‌ ଓ ଅଭ୍ୟାସ ପାଇଁ ହୃଦୟଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଅନେକ କାରଣରୁ ହୃଦୟ ଜନିତ ରୋଗ ସୃଷ୍ଟି ହୋଇଥାଏ। ଭୁଲ ଖାଦ୍ୟପେୟ, ଅଧିକ ଛଣାଛଣି, ମୋଟାପଣ ସହ ଅନ୍ୟ କେତେକ କାରଣ ମଧ୍ୟ ରହିଛି। ଦୈନନ୍ଦିନ ଜୀବନର କିଛି ଅଭ୍ୟାସ ମଧ୍ୟ ହୃଦୟ ଜନିତ ସମସ୍ୟା ସୃଷ୍ଟି କରିଥାଏ। ଏହି ଅଭ୍ୟାସ ତୁରନ୍ତ ବଦଳାଇ ଦିଅନ୍ତୁ..
ଶରୀର ସହ ହୃଦୟକୁ ମଧ୍ୟ ଆରାମ ମିଳିବା ଆବଶ୍ୟକ। ତେଣୁ ଶୋଇବାର ଏକ ସମୟ ସହ ୮ ରୁ ୯ ଘଣ୍ଟା ନିଶ୍ଚିତ ଶୁଅନ୍ତୁ। ନଚେତ୍‌‌ ମାନସିକ ଅଶାନ୍ତି ବଢିବା ସହ ସମସ୍ତ କାର୍ଯ୍ୟରେ ଚିଡ୍‌‌ଚିଡା ଭାବ ଦେଖାଦିଏ। ଫଳରେ ଏହାର ପ୍ରଭାବ ହୃଦୟ ଉପରେ ମଧ୍ୟ ପଡିଥାଏ। ତେଣୁ ଶୋଇବା ପ୍ରତି ଧ୍ୟାନ ଦିଅନ୍ତୁ।
ଏକ ଅଧ୍ୟୟନ ଅନୁଯାୟୀ,ପ୍ରତ୍ୟେକ ଦିନ ୫ ଘଣ୍ଟାରୁ ଅଧିକ ସମୟ ବସି ରହିଲେ ହୃଦୟ ଜନିତ ସମସ୍ୟା ହେବାର ସମ୍ଭାବନା ରହିଥାଏ। ତେଣୁ ୫ ଘଣ୍ଟା ବସିବା ପରେ କିଛି ସମୟ ଚଲାବୁଲା ନିଶ୍ଚୟ କରନ୍ତୁ।
ପ୍ରତ୍ୟେକ ଦିନ ଦାନ୍ତକୁ ୨ ମିନିଟ୍‌‌ ଯାଏଁ ବ୍ରଶ ନିଶ୍ଚୟ କରନ୍ତୁ। ଏପରି ବ୍ରଶ ନକରିବା ଦ୍ୱାରା ଦାନ୍ତ ମାଢି ଭଲ ଭାବେ ପରିଷ୍କାର ହୋଇନଥାଏ। ମାଢିରେ ବ୍ୟାକ୍ଟେରିଆ ବୃଦ୍ଧି ପାଇବା ଦ୍ୱାରା ହୃଦୟ ଜନିତ ସମସ୍ୟା ହେବାର ସମ୍ଭାବନା ଅଧିକ ଥାଏ।
ନିଜ ଭୋଜନରେ ଅତ୍ୟଧିକ ଲୁଣ ସେବନ କରନ୍ତୁ ନାହିଁ। ଅଧିକ ଲୁଣ ସେବନ ହୃଦୟ ପାଇଁ କ୍ଷତିକାରକ। ଏହା ହୃଦୟ ଜନିତ ରୋଗ ସୃଷ୍ଟି କରିଥାଏ। ଖାଦ୍ୟରେ ସୋଡିୟମର ମାତ୍ରା ଅଧିକ ହେଲେ ଉଚ୍ଚ ରକ୍ତଚାପ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ଏହା ହୃଦୟ ପାଇଁ କ୍ଷତିକାରକ। ଅଧିକ ଲୁଣ ସେବନ ଦ୍ୱାରା ଶରୀରରେ ଅନ୍ୟାନ୍ୟ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ।
ଧୂମ୍ରପାନ କରିବା ମଧ୍ୟ ହୃଦୟ ପାଇଁ କ୍ଷତିକାରକ। ଏହା ହୃଦୟ ଜନିତ ଅନେକ ସମସ୍ୟା ସୃଷ୍ଟି କରିଥାଏ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories