www.samajalive.in
Saturday, December 6, 2025
16.1 C
Bhubaneswar

ସୁଶାନ୍ତଙ୍କ ଭଉଣୀ କହିଲେ- ମୃତ୍ୟୁର ବର୍ଷେ ପର୍ଯ୍ୟନ୍ତ ଅଶାନ୍ତ ଥିଲା ତାଙ୍କ ଆତ୍ମା, ଏବେ କୈଳାଶରେ..

ମୁମ୍ବଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ଭଉଣୀ ଶ୍ୱେତା ବହୁ ସମୟ ଧ୍ୟାନ ତଥା ସାଧନାରେ ବିତାଇଛନ୍ତିି। ସେ ନିଜ ଭାଇକୁ ହରାଇବାର ଦୁଃଖ ସହି ପାରୁନଥିଲେ, ତେଣୁ ସେ ବିପାସନା, ଧ୍ୟାନ ଆଦିର ସାହାରା ନେଇଥିଲେ। ଶ୍ୱେତା କହିଛନ୍ତି, ସୁଶାନ୍ତ ଜଣେ ନିର୍ମଳ ଏବଂ ଶକ୍ତିଶାଳୀ ଆତ୍ମା। ସେ ଯେତେବେଳେ ଚାହିଁବେ ତାଙ୍କୁ ନିଜ ଉପସ୍ଥିତି ଅନୁଭବ କରାଇପାରିବେ। ସେ ଏଭଳି ଅନେକ ଘଟଣା ବିଷୟରେ ମଧ୍ୟ କହିଛନ୍ତି। ଶ୍ୱେତା କହିଛନ୍ତି, ସେ ସୁଶାନ୍ତଙ୍କୁ କୈଳାଶରେ ଦେଖିଛନ୍ତି। ଏଥିସହ ମୃତ୍ୟୁ ପରେ ବର୍ଷେ ପର୍ଯ୍ୟନ୍ତ ତାଙ୍କ ଆତ୍ମା ଅଶାନ୍ତ ଥିଲା।

ଶ୍ୱେତା ସିଂହ କୀର୍ତ୍ତିଙ୍କୁ ଲୋକେ ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଭାବେ ଜାଣନ୍ତି। ସେ ଏବେ ଜଣେ ଲେଖିକା ମଧ୍ୟ ହୋଇ ସାରିଛନ୍ତି। ସେ ‘ପେନ୍‌’ ନାମକ ଏକ ବହି ଲେଖିଛନ୍ତି। ଏଥିରେ ସେ ନିଜ ସାଧନା ଓ ଭକ୍ତିର ଅନୁଭୂତି ବିଷୟରେ ଉଲ୍ଲେଖ କରିଛନ୍ତି, ଯଦ୍ବାରା ଜଣେ ନିଜ ପ୍ରିୟଜନଙ୍କୁ ହରାଇବାର ଦୁଃଖକୁ ସହ୍ୟ କରିପାରିବ। ପ୍ରୀତିକା ରାଓଙ୍କ ପୋଡକାଷ୍ଟରେ ଶ୍ୱେତା ସୁଶାନ୍ତଙ୍କ ବିଷୟରେ କିଛି କଥା ମଧ୍ୟ କହିଛନ୍ତି। ସେ ଖୁସିରେ କହିଥିଲେ ଯେ, ତାଙ୍କ ଭାଇ ଏବେ କୈଳାଶରେ ଅଛନ୍ତି।

- Advertisement -

ଶ୍ବେତା କହିଛନ୍ତି ଯେ, ସେ କୈଳାଶରେ ଶିବଙ୍କ ସହ ଅଛନ୍ତି। ସେଠାରୁ ସମସ୍ତଙ୍କୁ ଦେଖୁଛନ୍ତି। ଶ୍ବେତା କହିଛନ୍ତି, ସୁଶାନ୍ତ ବେଶ୍‌ ମଜଭୂତ ଶକ୍ତି ଏବଂ ସେ କୈଳାଶରେ ଅନେକ ସକରାତ୍ମକ ଶକ୍ତିଙ୍କ ବଳୟ ମଧ୍ୟରେ ଅଛନ୍ତି। ସେ ସେଠାରେ ବହୁତ ଖୁସିରେ ଅଛନ୍ତି। ଶ୍ୱେତା କହିଛନ୍ତି ଯେ, ସେ କେବେ କୈଳାଶକୁ ଯାଇ ନାହାଁନ୍ତି, ସୁଶାନ୍ତଙ୍କୁ ସେ ତାଙ୍କ ଅନ୍ତର୍ଦୃଷ୍ଟିରେ ଦେଖିଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories