www.samajalive.in
Saturday, December 6, 2025
15.1 C
Bhubaneswar

ବାସ୍ତୁ : ଲୁଗା ସଫା କରିବା ପରେ କେଉଁ ଦିଗରେ ଶୁଖାଇବେ..

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ପୋଷାକ ସଫା କରିବା ପରେ ଏହାକୁ ସଠିକ୍‌‌ ଦିଗରେ ଶୁଖାଇବା ବିଷୟରେ ବର୍ଣ୍ଣନା କରାଯାଇଛି। କୁହାଯାଏ ଏହି ନିୟମର ପାଳନ ନକରିବା ଦ୍ୱାରା ଘରେ ଦାରିଦ୍ର୍ୟତା ଆସିଥାଏ।
ବାସ୍ତୁ ଅନୁଯାୟୀ ପୋଷାକ ସଫା କରିବା ପରେ ଏହାକୁ ଶୁଖାଇବାର ଦିଗ ପଶ୍ଚିମ ଠାରୁ ଉତ୍ତର ଦିଗ ହେବା ଆବଶ୍ୟକ। ମାତ୍ର ଉତ୍ତରରୁ ପୂର୍ବ ଦିଗକୁ ଲୁଗା ଶୁଖାଇବା ପାଇଁ ରଶି ବାନ୍ଧନ୍ତୁ ନାହିଁ।
ପୋଷାକ ଧୋଇବା ପରେ ଏହାକୁ ଉତ୍ତର ଦିଗ କିମ୍ବା ଐଶାନ୍ୟ କୋଣରେ ଶୁଖାଇବା ଭୁଲ୍‌‌ ଆଦୌ କରନ୍ତୁ ନାହିଁ। ଅପରିଷ୍କାର ପୋଷାକକୁ ମଧ୍ୟ ପୂର୍ବ-ଉତ୍ତର ଦିଗରେ ରଖନ୍ତୁ ନାହିଁ।
ବାସ୍ତୁ ଅନୁସାରେ ପୋଷାକ ସର୍ବଦା ସକାଳେ କିମ୍ବା ଦିନରେ ଧୋଇ ଏହାକୁ ସେହି ସମୟରେ ଶୁଖାନ୍ତୁ। ଏହାଦ୍ୱାରା ପୋଷାକରେ ଥିବା ଜୀବାଣୁ ଓ ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ।
ରାତିରେ ପୋଷାକ ଶୁଖାଇବା ଭୁଲ୍‌‌ କଦାପି କରନ୍ତୁ ନାହିଁ। ଏହାଦ୍ୱାରା ଘରେ ଦରିଦ୍ରତା ଆସିଥାଏ। ମାନସିକ ଦୁଃଶ୍ଚିନ୍ତା ସହ ଧନସମ୍ପତ୍ତି କ୍ଷୟ ହୋଇଥାଏ। ଘରେ କଳହ ଲାଗି ରହିଥାଏ।
ବାସ୍ତୁ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ପୋଷାକ ଧୁଅନ୍ତୁ ନାହିଁ। ଏହି ଦିନ ପୋଷାକ ସଫା କରିବା ଦ୍ୱାରା ଧନହାନୀ ହୋଇଥାଏ।
ସୂର୍ଯ୍ୟ ପରାଗ କିମ୍ବା ଚନ୍ଦ୍ର ଗ୍ରହଣ ଲାଗିବା ସମୟରେ ପୋଷାକ ଧୋଇ ବାହାରେ ଶୁଖାନ୍ତୁ ନାହିଁ। ଯଦି ପୋଷାକ ସଫା କରୁଛନ୍ତି, ଏହାକୁ ବାହାରେ ଶୁଖାନ୍ତୁ ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories