www.samajalive.in
Sunday, December 7, 2025
14.1 C
Bhubaneswar

ମା’ ସମଲେଶ୍ଵରୀ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ରେଙ୍ଗାଲିକ୍ୟାମ୍ପ: ବରଗଡ ଜିଲା ଅତାବିରା ଥାନା ଅନ୍ତର୍ଗତ କତାବଗା ଗ୍ରାମରେ ଥିବା ପ୍ରସିଦ୍ଧ ମା’ ସମଲେଶ୍ଵରୀ ଠାକୁରାଣୀ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ଗେଟର ତାଲା ଭାଙ୍ଗି ଦେବୀ ପରିଧାନ କରିଥିବା ସମସ୍ତ ରୁପା ଅଳଙ୍କାର ଓ ଦାନ ହୁଣ୍ଡି ଚୋରିକରି ନେଇଯାଇଛନ୍ତି। ଗତ ରବିବାର ଦିନ ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ପର ଦିନ ଅର୍ଥାତ୍ ସୋମବାର ରାତିରେ ଚୋର ଦଳ ମନ୍ଦିରରୁ ମା’ଙ୍କର ରୁପା ମୁକୁଟ, ଅଣ୍ଟା ସୂତା, ଚ।ରିଟି ଚୁଡ଼ି, ଦୁଇଟି ଛତ୍ର, ସୁନାର ତିନିଟି ହାର, ଗୋଟିଏ ଛୋଟ ମୁଣିରେ ଥିବା ଛୋଟ ଛୋଟ ଅଳଙ୍କାର ସହ ଦୁଇଟି ଦାନ ହୁଣ୍ଡି ନେଇଯାଇଛନ୍ତି । ଯାହାର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଆଜି ସକାଳ ପ୍ରାୟ ୫ଟାରେ ମନ୍ଦିର ପୂଜକ ପୂଜା ନିମନ୍ତେ ମନ୍ଦିର କୁ ଯିବା ବେଳେ ମୁଖ୍ୟ ପ୍ରବେଶ ଦ୍ଵାରର ତାଲା ଖୋଲା ଥିବା ଦେଖିଥିଲେ। ରାତିରେ ତାଲା ବନ୍ଦ କରାଯାଇଥିବା ବେଳେ ସକାଳୁ ଖୋଲା ଦେଖି ମନରେ ତାଙ୍କର ଆଶଙ୍କା ହୋଇଥିଲା । ପରେ ମା’ ପିନ୍ଧିଥିବା ଅଳଙ୍କାର ଶୂନ୍ୟ ଥିବା ଦେଖି ସେ ଗ୍ରାମବାସୀଙ୍କୁ ଏକଥା ଜଣାଇଥିଲେ । ଗ୍ରାମବାସୀ ପୁଲିସକୁ ସଙ୍ଗେ ସଙ୍ଗେ ଖବର ଦେଇଥିଲେ। ଖବର ପାଇ ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ, ବରଗଡ଼ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ସମ୍ବଲପୁର ସାଇଣ୍ଟିଫିକ ଅଧିକାରୀ ଏସ ଓ ବିଜୟଲକ୍ଷ୍ମୀ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିବା ସହ ସନ୍ଧାନୀ କୁକୁରର ସାହାଯ୍ୟରେ ତଦନ୍ତ ପ୍ରକ୍ରିୟା ଜାରି ରଖିଛନ୍ତି। ଅତାବିରା ଅଞ୍ଚଳରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହା ପୂର୍ବରୁ ମଧ୍ୟ ଅନେକ ମନ୍ଦିରରୁ ଏମିତି ଚୋରି ଘଟଣାର ଦୃଷ୍ଟାନ୍ତ ରହିଛି । ତେବେ ଚୋର ଦଳ ଘରଛାଡି ଏବେ ମନ୍ଦିର ମୁହାଁ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories