www.samajalive.in
Sunday, December 14, 2025
26.1 C
Bhubaneswar

ଜୀବନ ନେଲା ସ୍ମାଇଲ୍‍ ଡିଜାଇନିଂ ଅପରେସନ, ବିବାହର ସପ୍ତାହକ ପୂର୍ବରୁ ଯୁବକ ମୃତ

ସମାଜ ଡିଜିଟାଲ ଡେସ୍କ: ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କରୁଥିଲେ ଅପରେସନ। ହେଲେ ଚାଲିଗଲା ଜୀବନ। ବିବାହର ସପ୍ତାହକ ପୂର୍ବରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ହାଇଦ୍ରାବାଦର ୨୮ ବର୍ଷର ଯୁବକ ଲକ୍ଷ୍ମୀନାରାୟଣ ଭିଞ୍ଜାମଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ପିତା ରାମୁଲ ଭିଞ୍ଜାମ ଅଭିଯୋଗ କରି କହିଛନ୍ତି ଯେ ଅପରେସନ ସମୟରେ ତାଙ୍କ ପୁଅ ଚେତା ହରାଇବା ପରେ କର୍ମଚାରୀମାନେ ତାଙ୍କୁ କ୍ଲିନିକିକୁ ଯିବାକୁ କହିଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ।
ପୁଅର ଅପରେସନ ବିଷୟରେ ପରିବାର ଲୋକେ କିଛି ଜାଣିନଥିଲେ। ଚିକିତ୍ସା ଅବହେଳା ଯୋଗୁ ପୁଅର ମୃତ୍ୟୁ ହୋଇଥିବା ବାପା ଅଭିଯୋଗ କରିବା ପରେ ପୁଲିସ ଡାକ୍ତରଖାନାରେ ପହଂଚି ତଦନ୍ତ ଆରମ୍ଭ କରିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories