www.samajalive.in
Saturday, December 6, 2025
16.1 C
Bhubaneswar

ହରଭଙ୍ଗା ବ୍ଲକରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଦିଗହରା

ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଦିଗହରା ହୋଇପଡ଼ିଛି। ଗ୍ରାମାଞ୍ଚଳ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସଫଳତା ବଖାଣିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଜରିଆରେ ସରକାର ପାଣି ଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି। ମାତ୍ର ହରଭଙ୍ଗା ବ୍ଲକରେ ସରକାରୀ ଗାଇଡଲାଇନ ଉଲ୍ଲଂଘନରେ କାର୍ଯ୍ୟକ୍ରମ ଚାଲିଥିବାରୁ ଏହି କାର୍ଯ୍ୟକ୍ରମ ମୂଳ ଲକ୍ଷ୍ୟଠାରୁ ଦୂରେଇଯାଉଥିବା ଅଭିଯୋଗ ହୋଇଛି। ଯାହାଫଳରେ ସବୁଜ ଏବଂ ଧଳା କପଡ଼ା ମିଶ୍ରିତ ତୋରଣ ତଳେ ଚିକେନ, ଭାତ ଏବଂ ନାଚଗୀତରେ ଆସର ଜମେଇ ସରକାରୀ ଅର୍ଥ ବାଟମାରଣା ପାଇଁ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ସୁହାଇଥିବା କୁହାଯାଉଛି।

ପ୍ରକାଶ ଯେ, ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପ୍ରତି ବ୍ଲକର ସମସ୍ତ ପଂଚାୟତରେ ୧୫ ଜାନୁୟାରୀରୁ ଆରମ୍ଭ ହୋଇ ପ୍ରଥମ ଫେବୃୟାରୀ ସୁଦ୍ଧା ଶେଷ କରାଯିବାକୁ ସିଧାସଳଖ ନିର୍ଦ୍ଦେଶନାମା ଜାରି କରାଯାଇଛି। ମାତ୍ର ବ୍ଲକରେ ବିଳମ୍ବରେ ଚଳିତମାସ ୩ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଆସନ୍ତା ୨୧ରେ ଶେଷ ହେବ ବୋଲି କାର୍ଯ୍ୟକ୍ରମ ସ୍ଥିରିକୃତ କରାଯାଇଛି। ବିଡିଓଙ୍କ ଅଧ୍ୟକ୍ଷତାରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମର ପ୍ରଚାର, ପ୍ରସାର ପାଇଁ ଦାୟିତ୍ୱରେ ଥିବା ନୋଡାଲ ଅଫିସର ପ୍ରେସ୍ ରିଲିଜ ପ୍ରଦାନ ପାଇଁ ଖୋଲା ନିର୍ଦ୍ଦେଶନାମାକୁ ଉଲ୍ଲଘଂନ କରି କାର୍ଯ୍ୟକ୍ରମ କରାଯାଉଛି। ଏହା ସହିତ ନିଜ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡିଲରେ କାର୍ଯ୍ୟକ୍ରମଗୁଡିକ ପୋଷ୍ଟ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଥିଲେ ମଧ୍ୟ ତାହା ଅନୁପାଳନ କରାଯାଉନାହିଁ। କାର୍ଯ୍ୟକ୍ରମ ପାଇଁ ଆସିଥିବା ୩ଲକ୍ଷ ଟଙ୍କାରୁ ପଂଚାୟତକୁ କାର୍ଯ୍ୟକ୍ରମ ପାଇଁ ୧ଲକ୍ଷ୮୦ହଜାର ଟଙ୍କା ପ୍ରଦାନ କରାଯାଇ ବାକି ଅର୍ଥ ବାଟମାରଣା ପାଇଁ ବଡ଼ ଧରଣର ମସୁଧା ଚାଲିଛି। ସବୁ ପଂଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ପ୍ରକଳ୍ପ, ବିଜୁ ସ୍ୱାସ୍ଥ୍ୟକାର୍ଡ, ଭତ୍ତା ହିତାଧିକାରୀ, ରାସନକାର୍ଡ ହିତାଧିକାରୀ, ବିଜୁ ପକ୍କାଘର, ମମତା ଯୋଜନା, ମିଶନଶକ୍ତି, ବିନା ସୁଧରେ ଋଣ, କାଳିଆ ଯୋଜନା, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ରାଶି, ୫-ଟି ହାଇସ୍କୁଲ ଏବଂ ପାଠାଗାର ଆଦିର ବିବରଣୀ ଜାଣିବା ନିମନ୍ତେ ପ୍ରତ୍ୟେକ ପରିବାରକୁ ଗୋଟିଏ ଲେଖାଏଁ ବିକାଶ ପୁସ୍ତକ ବଣ୍ଟନ ଏଯାବତ୍‌‌ ହୋଇପାରି ନ ଥିବା ଜଣାପଡ଼ିଛି। ଆମ ଓଡ଼ିଶା ନବୀନ ଓଡ଼ିଶା ପାଣ୍ଠିର ଦୂରୁପଯୋଗ କରାଯାଉଥିବା ସାଧାରଣରେ ମତପ୍ରକାଶ ପାଉଛି। ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ନାଁରେ ଚାଲିଥିବା ନିଜର ବିକାଶ କାର୍ଯ୍ୟକ୍ରମ ଉପରେ ଜିଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ବୌଦ୍ଧ ଜିଲାପାଳ ଜେ.ସୋନାଲଙ୍କ ଦୃଷ୍ଟି ଆକର୍ଷଣ କରିବାରୁ, ଆପଣଙ୍କୁ ପାଖରୁ ଏକଥା ଜାଣିବାକୁ ପାଇଲି। ଏ ଦିଗରେ ମୁଁ ନିଶ୍ଚିତ ଦୃଷ୍ଟିଦେବି ବୋଲି କହିଥିଲେ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories