www.samajalive.in
Saturday, December 6, 2025
16.1 C
Bhubaneswar

ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ହରଭଙ୍ଗା : ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ କରକମଳରେ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ୪ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସାଙ୍ଗକୁ ଦୁଇଟି ନୂତନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରାଯାଇଛି। ବ୍ଲକର ବାନ୍ଧପଥରଠାରେ ଗୋଟିଏ ନୂତନ ଅଙ୍ଗନୱାଡି କେନ୍ଦ୍ର ସାଙ୍ଗକୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ମନ୍ତ୍ରୀଙ୍କ ଦ୍ୱାରା କରାଯାଇଛି।
ସେହିପରି ୫୬୮.୪୮ଲକ୍ଷ ଟଙ୍କାରେ ଖୁଣ୍ଟିଆପଡା ଠାରୁ ଯୋଗୀ ଭୋଗରା ରାସ୍ତା,୪୩୨.୩୯ଲକ୍ଷ ଟଙ୍କାରେ ଯୋଗି ଭୋଗରା ଠାରୁ ନକୁଆନାଳୀ ରୋଡ଼ ଉପରେ ପ୍ରସ୍ତାବିତ ସେତୁ, ୮୯୯.୬୬ଲକ୍ଷ ଟଙ୍କାରେ ଖଲିଆପାଲି ଠାରୁ ଝାରକଟା ରାସ୍ତା, ୫୦୬.୦୭ଲକ୍ଷରେ ଯୋଗି ବେରଣୀ ଠାରୁ ବାଘପାଲି ରାସ୍ତା ନିର୍ମାଣ ନିମନ୍ତେ ମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହିତ ପର୍ଯ୍ୟବେକ୍ଷକ ଚିତ୍ତ କର୍ଣ୍ଣ, ବୌଦ୍ଧ ଏନ. ଏ. ସି ଚେୟାରମ୍ୟାନ ମୃତ୍ୟୁଞ୍ଜୟ ମିଶ୍ର, ବନ୍ଧାପଥର ସରପଞ୍ଚ ଲକ୍ଷ୍ମୀପ୍ରିୟା ପ୍ରଧାନ, ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ରଘୁନାଥ ମହାନ୍ତି, ବ୍ଲକ କନିଷ୍ଠ ଯନ୍ତ୍ରୀ ମଧୁସୂଦନ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories