www.samajalive.in
Friday, December 5, 2025
27.1 C
Bhubaneswar

ଦୁର୍ଗମ ଅଞ୍ଚଳ କାଚପାଜୁ ପରିଦର୍ଶନ କଲେ ଜିଲ୍ଲାପାଳ

ହରଭଙ୍ଗା : ହରଭଙ୍ଗା ବ୍ଲକ ଆଡ଼େଣିଗଡ଼ ପଞ୍ଚାୟତର ଦୁର୍ଗମ ଅଞ୍ଚଳଭାବେ ଜଣାଶୁଣା କାଚପାଜୁ ଗାଁରେ ବୌଦ୍ଧ ଜିଲାପାଳ ଜେ. ସୋନାଲ ଏବଂ ବୌଦ୍ଧ ଏସ. ପି ରାଜପ୍ରସାଦଙ୍କ ସହିତ ପରିଦର୍ଶନ ପାଇଁ ପହଁଚିଥିଲେ। କାଚପାଜୁ ସରକାରୀ ସ୍କୁଲ ପରିଦର୍ଶନ କରିବା ସହିତ ଲୋକଙ୍କ ବିଭିନ୍ନ ସମସ୍ୟା କଥା ପଚାରି ବୁଝିଥିଲେ। ଉକ୍ତ ସ୍କୁଲରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ମତଦାନ କେନ୍ଦ୍ର ହେଵାକୁ ଥିବାରୁ ବୁଥ ପାଇଁ ଆନୁସାଙ୍ଗିକ ସୁବିଧା ରହିଛି କି ନାହିଁ ତାର ଯାଞ୍ଚ କରିଥିଲେ।
ସୂଚନା ଥାଉ କି ସ୍ୱାଧୀନତାର ବହୁ ବର୍ଷ ପରେ ମଧ୍ୟ ଦୁର୍ଗମ କଣ୍ଡରା, କାଚପାଜୁ ଗ୍ରାମକୁ ପାଦଚଲା ରାସ୍ତା ଖଣ୍ଡିଏ ନଥିବାରୁ ଲୋକେ ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଭୋଟ ବର୍ଜନ କରିଥିଲେ।ସରକାରଙ୍କ ମାଳ ମାଳ ଯୋଜନା ସତ୍ୱେ ଅପହଞ୍ଚ ଇଲାକାରେ ବିକାଶର ସୂର୍ଯ୍ୟୋଲୋକ ନପଡିବା ଘଟଣା ଏହି ଅଞ୍ଚଳର ଅଧିବାସୀଙ୍କ ମନରେ ଅସନ୍ତୋଷର କାରଣ ପାଲଟିଛି। ନୂତନ ଜିଲାପାଳଙ୍କ ଗସ୍ତ ପରେ ସେଠାରେ ବିକାଶର ସୂର୍ଯ୍ୟୋଦୟ କେବେ ଘଟୁଛି ତାକୁ ନେଇ ଦୁର୍ଗମବାସୀ ଅପେକ୍ଷା କରିଛନ୍ତି। ରାସ୍ତା ସମସ୍ୟା ଦୂର ନହେଲେ ଏଥର ମଧ୍ୟ ଅଞ୍ଚଳବାସୀ ଭୋଟ ବର୍ଜନ ପାଇଁ ସଜବାଜ ହେଉଥିବା ଶୁଣିବାକୁ ମିଳୁଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories