www.samajalive.in
Monday, December 8, 2025
14.1 C
Bhubaneswar

ଜମ୍ମୁ କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ : ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର କରିବେ ଉଦଘାଟନ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ୩୦ ହଜାର ୫୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।  ଜାମ୍ମୁ ଓ କାଶ୍ମୀରର ପ୍ରାୟ ୧୫୦୦ ନୂତନ ସରକାରୀ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ଆଦେଶ ବଣ୍ଟନ କରିବା ସହ ପ୍ରଧାନମନ୍ତ୍ରୀ ‘ବିକଶିତ ଭାରତ ବିକଶିତ ଜାମ୍ମୁ’ କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିବେ। ଶିକ୍ଷା ,  ଦକ୍ଷତା ଭିତ୍ତିଭୂମିର ଉନ୍ନତିକରଣ ଏବଂ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଆଇଆଇଟି ଭିଲାଇ, ଆଇଆଇଟି ତିରୁପତି, ଆଇଆଇଟି ଜାମ୍ମୁ, ଆଇଆଇଆଇଟିଡିଏମ୍ କାଞ୍ଚିପୁରମ୍‌, କାନପୁରରେ ଅବସ୍ଥିତ ଭାରତୀୟ ଦକ୍ଷତା ପ୍ରତିଷ୍ଠାନ ଏବଂ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଦୁଇଟି କ୍ୟାମ୍ପସର ଲୋକାର୍ପଣ କରିବେ। ତିନୋଟି ନୂତନ ଆଇଆଇଏମ୍ ଜାମ୍ମୁ, ବୋଧଗୟା ଏବଂ ବିଶାଖାପାଟଣାକୁ ଶ୍ରୀ ମୋଦୀ ଉଦଘାଟନ କରିବେ। ସେ ସମଗ୍ର ଦେଶରେ କେନ୍ଦ୍ରୀୟ ବିଦ୍ୟାଳୟର ୨୦ଟି ନୂତନ କ୍ୟାମ୍ପସ ଏବଂ ୧୩ଟି ନବୋଦୟ ବିଦ୍ୟାଳୟର ନୂଆ କ୍ୟାମ୍ପସ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ଜାମ୍ମୁର ବିଜୟପୁର ଠାରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନର ଉଦ୍‌ଘାଟନ କରିବେ। ଏହା ଛଡା ଶ୍ରୀ ମୋଦୀ ଜାମ୍ମୁ ବିମାନ ବନ୍ଦରରେ ନୂତନ ଟର୍ମିନାଲ ଗୃହର ଶିଳାନ୍ୟାସ କରିବା ସହ ଜାମ୍ମୁ ଓ କାଶ୍ମୀରରେ ନୂତନ ରେଳ ଲାଇନ ଏବଂ ନୂତନ ଭାବେ ବିଦ୍ୟୁତିକରଣ ହୋଇଥିବା ବିଭିନ୍ନ ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ। ପ୍ରଧାନମନ୍ତ୍ରୀ ଏହି ଅଂଚଳରେ ପ୍ରଥମ ବିଦ୍ୟୁତ୍ ଚାଳିତ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories