www.samajalive.in
Sunday, December 7, 2025
23.1 C
Bhubaneswar

ବାଣିଜ୍ୟିକ ଯାନ ପାଇଁ ବାୟୋଡିଜେଲକୁ ସଫଳତା ପୂର୍ବକ ପରୀକ୍ଷା କଲା ବେଦାନ୍ତ ଲାଞ୍ଜିଗଡ଼

ଲାଞ୍ଜିଗଡ଼: ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନିୟମ ଲିମିଟେଡ ଭାରତର ଅଗ୍ରଣୀ ମେଟାଲର୍ଜିକାଲ ଗ୍ରେଡର ଆଲୁମିନିୟମ ନିର୍ମାତା ବାୟୋଡିଜେଲ ପ୍ରୟୋଗ ଅନୁସନ୍ଧାନ ଆରମ୍ଭ କରିଛି । କମ୍ପାନୀ ଏହାର ବ୍ୟବସାୟିକ ଯାନଗୁଡ଼ିକର ସବୁଜ ଇନ୍ଧନ ଭାବରେ ବାୟୋ ଡିଜେଲକୁ ଉପଯୋଗ କରିବ। ୨୦୫୦ ସୁଦ୍ଧା ନେଟ ଶୂନ୍ୟ କାର୍ବନ ହାସଲ କରିବାରେ କଂପାନୀର ଏହି ଯାତ୍ରା ଏକ ରଣନୀତିକ ପଦକ୍ଷେପ । ଛତିଶଗଡ଼ର ବାଲକୋଠାରେ ମଧ୍ୟ କମ୍ପାନୀ ପକ୍ଷରୁ ଏହିପରି ପଦକ୍ଷେପ ଗ୍ରହଣ କରାଯାଉଛି ।

ବାୟୋ ଡିଜେଲ ହେଉଛି ବାୟୋମାସରୁ ଉତ୍ପନ୍ନ ଏକ ସବୁଜ ଇନ୍ଧନର ରୂପ ଓ ପେଟ୍ରୋଲିୟମ ଉତ୍ପାଦିତ ଡିଜେଲ ପାଇଁ ଏକ ନବୀକରଣ ଯୋଗ୍ୟ ବିକଳ୍ପ। ଯାହା ଜଳିଲେ କମ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ କରିଥାଏ । ଏହାକୁ ବ୍ୟବହାର କରିବା ଦ୍ୱାରା ଯାନ ବାହାନର କାର୍ଯ୍ୟଦକ୍ଷତା ବୃଦ୍ଧି ପାଏ ଓ ଇନ୍ଧନ ଖର୍ଚ୍ଚ ହ୍ରାସ ପାଏ । କଂପାନୀ ଓଡ଼ିଶାର ଲାଞ୍ଜିଗଡ଼ରେ ଥିବା ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀରେ ୩ଟନ ଓ ୫ଟନ ବୈଦ୍ୟୁତିକ ଫର୍କଲିଫ୍ଟ ମଧ୍ୟ ଯୋଗାଇ ଦେଉଛି ଏବଂ ଓଡ଼ିଶା ତଥା ଛତିଶଗଡ଼ର ଏହାର କାର୍ଯ୍ୟରେ ୪୪ଟି ବିଦ୍ୟୁତ ଲିଥିୟମ ଆୟନ ଫର୍କଲିଫ୍ଟକୁ କାର୍ଯ୍ୟକାରୀ କରୁଛି । ବେଦାନ୍ତ ଆଲୁମିନିୟମ ୨୦୩୦ ସୁଦ୍ଧା ଏହାର ୧୦୦% ହାଲୁକା ମୋଟର ଯାନ ଓ ୨୦୩୫ ସୁଦ୍ଧା ଏହାର ଖଣି ଫ୍ଲିଟ ପାଇଁ ୭୫% ଡିକାର୍ବନାଇଜେସନ କରିବାକୁ ପ୍ରତିଶ୍ରୁତି ଦେଇଛି ।

- Advertisement -

ବେଦାନ୍ତ ଲାଞ୍ଜିଗଡ଼ର କ୍ଲାଇମେଟ ଆକ୍ସନ ପ୍ରୟାସ ବିଷୟରେ ଆଲୁମିନା ବିଜିନେସ ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ବେଦାନ୍ତରେ ଆମେ ଜଳବାୟୁ କାର୍ଯ୍ୟ ଉପରେ ଏକ ଦ୍ୱିପାକ୍ଷିକ ଅବଲମ୍ବନ ପନ୍ଥା ଗ୍ରହଣ କରିଛୁ, ଯେଉଁଥିରେ ଆମର କାର୍ବନ ପଦ ଚିହ୍ନ ହ୍ରାସ ହେବ ଓ ନିର୍ଗମନ ବନ୍ଦ ହୋଇପାରିବ । ସବୁଜ ଇନ୍ଧନକୁ ସ୍ଥାନାନ୍ତରଣ ହେଉଛି ଆମର ଏହି ପ୍ରୟାସ । ବ୍ୟବହାର କରାଯାଉଥିବା ଡିଜେଲର ଅନୁପାତକୁ କମ କରି ବେଦାନ୍ତ ଲାଞ୍ଜିଗଡ଼ ଏହାର ପ୍ରତ୍ୟେକ କାର୍ଯ୍ୟକୁ ଡିକାର୍ବନାଇଜେସନ ପାଇଁ ଉନ୍ନତ ପ୍ରଯୁକ୍ତି ସହାୟତା ନେଉଛି ।

ସଂପ୍ରତି ଏହାର ଶକ୍ତି ସଂରକ୍ଷଣ ପଦକ୍ଷେପ ପାଇଁ ଓଡ଼ିଶା ରାଜ୍ୟ ଶକ୍ତି ସଂରକ୍ଷଣ ପୁରସ୍କାର ୨୦୨୩ରେ ସମ୍ମାନିତ କରାଯାଇଛି । ଏହାର ଜଳବାୟୁ କାର୍ଯ୍ୟ ପଦକ୍ଷେପ ପାଇଁ ବେଦାନ୍ତ ଲାଞ୍ଜିଗଡ଼କୁ ବିଭିନ୍ନ ଫ୍ଲାଟଫର୍ମରୁ ସ୍ୱୀକୃତି ଦିଆଯାଇଛି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories