ପିପିଲି ପୁଲିସ ପକ୍ଷରୁ ଗୁଣ୍ଡା ପ୍ୟାରେଡ୍
ପିପିଲି: ପିପିଲିରେ ଅପରାଧ ଦମନ ପାଇଁ ପୁଲିସ ପକ୍ଷରୁ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ପିପିଲି ଥାନା ପରିସରରେ ରବିବାର ପୁଲିସ ପକ୍ଷରୁ ଗୁଣ୍ଡା ତଥା ଅସାମାଜିକ ବ୍ୟକ୍ତିଙ୍କ ଏକ ପ୍ୟାରେଡ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଞ୍ଚଳର ପେଷାଦାର ଅପରାଧି ତଥା ବହୁ ଅପରାଧରେ ସଂପୃକ୍ତ ଥିବା ୧୭ଜଣ ଅସାମାଜିକ ବ୍ୟକ୍ତି ଯୋଗଦେଇଥିଲେ। ଥାନା ପରିସରରେ ସମସ୍ତେ ଗୋଟିଏ ଧାଡ଼ିରେ ଠିଆ ହୋଇ ରହିବା ପରେ ପିପିଲି ଏସ୍ଡିପିଓ ବିରଞ୍ଚି ନାରାୟଣ ପତି, ଥାନାଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ପ୍ରମୁଖ ସେମାନଙ୍କ ଜୀବନଶୈଳୀ ସଂପର୍କରେ ପଚାରି ବୁଝିଥିଲେ। ଅପରାଧଠାରୁ ସେମାନେ କିଭଳି ଭାବେ ନିଜକୁ ସର୍ବଦା ଦୂରେଇ ରଖିପାରିବେ ସେ ସଂପର୍କରେ ଉଭୟ ଅଧିକାରୀ ସେମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ। କୌଣସି ଅପରାଧିକ କାର୍ଯ୍ୟକଳାପରେ ଜଡିତ ନହୋଇ ନିଜର ଜୀବିକାକୁ ବଜାୟ ରଖିବା ପାଇଁ ଉଭୟ ପୁଲିସ ଅଧିକାରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ରବିବାର ଏହା ଜାରି ରହିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି। ପୁଲିସର ଏହି ପ୍ରୟାସକୁ ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି।
Comments are closed.