www.samajalive.in
Thursday, December 11, 2025
16.1 C
Bhubaneswar

ବୁର୍ଲା ଭିସୁଟ ଅଟଳ ଏଫଡ଼ିପି ଉତ୍ସବ ଉଦଯାପିତ

ବୁର୍ଲା: ବୁର୍ଲା ଭିସୁଟ ସିଭିଲ ଇଞ୍ଜିନିୟରିଙ୍ଗ ବିଭାଗ ଦ୍ୱାରା ଆୟୋଜିତ ଅଟଳ ଏଫଡ଼ିପି କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଜଳବିଜ୍ଞାନ ସମ୍ବନ୍ଧିତ ଏବଂ ରିମୋଟ ସେନସିଙ୍ଗ ଏବଂ ଜିଆଇଏର ଉପଯୋଗିତା ଉପରେ ସନ୍ନିବେସିତ ଥିଲା। ଫେବୃଆରୀ ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭିସୁଟ ଏବଂ ଅନ୍ୟାନ୍ୟ ଅନୁଷ୍ଠାନରୁ ୫୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ସିନରେ ରାଜ୍ୟର ବିଷୟବସ୍ତୁ ଉପରେ ପାରଦର୍ଶି ବ୍ୟକ୍ତିତ୍ୱ ଭୁବନେଶ୍ୱର ଆଇଏମଡ଼ିର ପୁର୍ବତନ ନିର୍ଦ୍ଦେଶକ ଡ ଶରତ ଚନ୍ଦ୍ର ସାହୁ, ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ଆଶୁତୋଷ ଦାଶ, ପୁର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ଡ ମହେନ୍ଦ୍ର କୁମାର ଭୁଆଁ, ଓରସାକର ପୁର୍ବତନ ବୈଜ୍ଞାନିକ ଡ ପ୍ରଦୀପ୍ତ ମିଶ୍ର, ସିଲିକନ ଇନଷ୍ଟିଚ୍ୟୁଟ ଅଫ୍‌‌ ଟେକ୍ନୋଲୋଜି ପ୍ରଫେସର ଡ ଆଶୁତୋଷ ରଥ, ଏନଆଇଟି ରାଉରକେଲାର ପ୍ରଫେସର କିସନଜିତ ଖଟୁଆ, ହୀରାକୁଦ ବନ୍ଧର ଅଧିକ୍ଷଣ ଯନ୍ତ୍ରୀ ଇଂ ଜ୍ୟାର୍ତିମୟ ବେହେରା, ଭିସୁଟର ପ୍ରଫେସର ରାଜେଶ ରୋଶନ ଦାଶ ଏବଂ ପ୍ରଫେସର ଅନିଲ କୁମାର କର ପ୍ରମୁଖ ବହୁ ଉପଯୋଗୀ ତଥ୍ୟ ଏବଂ ଅନୁସନ୍ଧାନ ମୁଳକ ଗବେଷଣା ଉପସ୍ଥାପନ କରିଥିଲେ। ପ୍ରତିନିଧି ମାନେ ୧୨ ତାରିଖ ଦିନ ହୀରାକୁଦ ବନ୍ଧ ପ୍ରକଳ୍ପର ବିଭିନ୍ନ ସ୍ଥାନ ଏବଂ ଚିପିଲିମା ଜଳବିଦ୍ୟୁତ କେନ୍ଦ୍ର ଉତ୍ପାଦନ ସ୍ଥଳ ବୁଲି ଦେଖିଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories