www.samajalive.in
Sunday, December 7, 2025
26.1 C
Bhubaneswar

ଏପ୍ରିଲ ସୁଦ୍ଧା କାର୍ଯ୍ୟକ୍ଷମ ହେବ ସୁପର ସ୍ପେସିଆଲିଟି କୋଠା

ବୁର୍ଲା: ବୁର୍ଲା ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ସଂସ୍ଥାନ (ଭିମସାର)ରେ ନିର୍ମାଣାଧୀନ ସୁପର ସ୍ପେଶିଆଲିଟି କୋଠାକୁ ତୁରନ୍ତ ସମ୍ପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରିବା ପାଇଁ ମତପ୍ରକାଶ ପାଇଛି। ୨୦୧୭ ମସିହାରୁ ଏହି ବହୁ ପ୍ରତିକ୍ଷୀତ କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ କୋଭିଡ଼ ଯୋଗୁଁ ନିର୍ମାଣ କାର୍ଯ୍ୟ ପ୍ରଭାବିତ ହୋଇଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଆସନ୍ତା ଏପ୍ରିଲ ମାସକୁ ରଖାଯାଇଛି। ୧୫୦ କୋଟି ଟଙ୍କା ବ୍ୟୟ ଅଟ୍ଟକଳରୁ ଏହି ପ୍ରକଳ୍ପ ପାଇଁ ୮୦ କୋଟି ଟଙ୍କାର ନିର୍ମାଣ ଓ ୭୦ କୋଟି ଟଙ୍କା ଚିକିତ୍ସା ଉପକରଣ ପାଇଁ ଖର୍ଚ୍ଚ କରାଯିବ। ଏମ୍ସ ଭୁବନେଶ୍ୱର ଏହି ସୁପର ସ୍ପେଶିଲିଏଟି ୟୁନିଟ୍‌‌ର ନୋଡ଼ାଲ କେନ୍ଦ୍ର ଭାବେ ତତ୍ତ୍ୱାବଧାରକ ହେବ ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିଲା। ଏହି କୋଠାରେ ଗେଷ୍ଟ୍ରୋଏଣ୍ଟ୍ରୋଲୋଜି, ଏଣ୍ଡୋ କ୍ରିନୋଲୋଜି, କ୍ଲିନିକାଲ ହେମାଟୋଲୋଜି, ପେଡ଼ିଆଟ୍ରିକ୍‌‌ ସର୍ଜରୀ ପ୍ରଭୃତି ସୁପର ସ୍ପେଶିଆଲଟି ବିଭାଗମାନ ରହିବା ବ୍ୟବସ୍ତା ରହିଛି। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉ ନ ଥିବା ଏବଂ ବିଶେଷଜ୍ଞ ଡାକ୍ତର ଅବସ୍ଥାପିତ ହୋଇ ନ ପାରିବାରୁ ସୁପର ସ୍ପେଶାଲିଟି ବିଭାଗଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ସୁପର ସ୍ପେଶାଲିଟି କୋଠାରେ ୬୦ଟି ଆଇସିୟୁ ୟୁନିଟ୍‌‌ ଓ ୧୮୦ଟି ସାଧାରଣ ଶଯ୍ୟା ରହିବା ବ୍ୟବସ୍ତା ରହିଛି। ଏସବୁ କାର୍ଯ୍ୟକାରୀ ହେଲେ ଭିମସାରରେ ସାଧାରଣ ଲୋକେ ମଧ୍ୟ ଉଚ୍ଚତର ଚିକିତ୍ସା ସେବା ପାଇ ପାରିବେ। ବର୍ତ୍ତମାନ ନିର୍ମାଣାଧାନୀ କୋଠାରେ ଲିଫଟ୍‌‌ ସଂଯୋଗ, ବିଦ୍ୟୁତ୍‌‌ ବ୍ୟବସ୍ଥା ଭଳି ବିଭିନ୍ନ ଆନୁସାଙ୍ଗିିକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। କୋଠାର ବିଦ୍ୟୁତିକରଣ ପରେ ଏବେ ଶଯ୍ୟା ଓ ରୋଗୀ ସେବା ପାଇଁ ଆବଶ୍ୟକ ଆନୁଷାଙ୍ଗୀକ ଭିତ୍ତିଭୂମି କାର୍ଯ୍ୟ ଚାଲିଛି। ମାର୍ଚ୍ଚ ୩୧ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂସ୍ଥା ଭିମସାରକୁ ହସ୍ତାନ୍ତର କରିବ ବୋଲି ନୂଆ ତାରିଖ ଧାର୍ଯ୍ୟ ହୋଇଛି। ପରେ ଏଠାରେ ରୋଗୀ ସେବା ଆରମ୍ଭ ହେବ ବୋଲି ଭିମସାରର ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ଭାବଗ୍ରାହୀ ରଥ କହିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories