ମିଆଁମାରରେ ଭୂକମ୍ପ ଝଟକା
ନୂଆଦିଲ୍ଲୀ : ମିଆଁମାରରେ ଶନିବାର ସକାଳ ୯ଟା୨୫ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପ ଝଟକା ଅନୁଭବ ହେବା ମାତ୍ରେ ଲୋକ ନିଜ ନିଜର ଘରୁ ବାହାରକୁ ପଳାଇ ଆସିଥିଲେ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଶନିବାର ସକାଳେ ମିଆଁମାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ କରାଯାଇଛି। ଏଥିରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନାହିଁ ବୋଲି ସୂଚନା ମିଳିଛି।
Comments are closed.