ଗୋଟିଏ ପରିବାରର ୫ ମୃତ
ବଲାଙ୍ଗିର: ବେଲପଡା ଥାନା କାନୁଟି ଗାଁରେ ଅଭାବନୀୟ ଘଟଣା ଘଟିଛି । ଘରେ ଟିଭି ଦେଖୁଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଥିଲା । ପୋଡି ହୋଇ ୪ଜଣଙ୍କ ମୃତ୍ୟୁ ଘଟିଥିଲା । ପରିବାରର ୪ଜଣଙ୍କୁ ହରାଇ ମ୍ରିୟମାଣ ୧୭ବର୍ଷ ପୁଅ ଆତ୍ମହତ୍ୟା କରିଥିବା ଜଣାପଡିଛି । ରାଉରକେଲାରେ ମାର ମୃତଦେହ ଗାଁକୁ ଆସିନଥିବା ବେଳେ ପୁଅ ଆତ୍ମହତ୍ୟା କରିଛି । ମାଆର ଲୁଗାରେ ଆତ୍ମହତ୍ୟା କରିଥିବା ଜଣାପଡିଛି ।
ଗତ ୧୦ ତାରିଖରେ ଗାଁର ଅଦା ବରିହାଙ୍କ ଘରେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏଥିରେ ୪ ଜଣ ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୧୨ ତାରିଖରେ ରାଉରକେଲାର ଏକ ଘରୋଇ ହସପିଟାଲରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଶୁକ୍ରବାର ଆଉ ୩ଜଣଙ୍କର ମୃତ୍ୟୁ ହୋଇଥିଲା । ଶନିବାର ୧୭ବର୍ଷ ପୁଅ ଆତ୍ମହତ୍ୟା କରିଥିବା ଜଣାପଡିଛି ।
Comments are closed.