www.samajalive.in
Saturday, December 6, 2025
19.1 C
Bhubaneswar

ଆଲେକ୍ସି ନାଭାଲ୍‌ନିଙ୍କ ମୃତ୍ୟୁ ଲାଗି ପୁଟିନ୍‌ ଦାୟୀ: ଜୋ ବାଇଡେନ୍‌

ନୂଆଦିଲ୍ଲୀ: ଭ୍ଲାଦିମିର୍ ପୁଟିନଙ୍କ ବିରୋଧୀ ଆଲେକ୍ସ ନାଭାଲ୍‌ନିଙ୍କ ମୃତ୍ୟୁ ହୋଇଛି । ସନ୍ଦେହଜନକ ପରିସ୍ଥିତିରେ ଜେଲ୍ ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ସମ୍ପର୍କରେ ଜଣାପଡିନାହିଁ। ଜେଲରେ ହଠାତ୍ ଅଚେତ୍ ହୋଇପଡିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରସିଆ ସରକାରଙ୍କ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ରାଷ୍ଟ୍ରପତି ପୁତିନଙ୍କୁ ସେ ତୀବ୍ର ବିରୋଧ କରିଆସୁଥିଲେ। ୨୦୨୧ ମସିହାରେ ଆଲେକ୍ସିଂ ଙ୍କୁ ୧୯ ବର୍ଷର ଜେଲ ଦଣ୍ଡାଦେଶ ହୋଇଥିଲା। ଏହାକୁ ବିଭିନ୍ନ ଦେଶର ମାନବାଧିକାରକର୍ମୀ ମାନେ କଡା ବିରୋଧ କରିଥିଲେ। ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଲେକ୍ସିଂଙ୍କ ମୃତ୍ୟୁ ପାଇଁ ପୁଟିନ୍ ଦାୟୀ ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି। ପୁଟିନ୍ ସରକାରଙ୍କ ଦୁର୍ନୀତି , ହିଂସା ବିରୋଧରେ ମୁହଁ ଖୋଲିଥିବାରୁ ତାଙ୍କୁ ପୂର୍ବରୁ ବିଷ ଦିଆଯିବା ସହ ହତ୍ୟା ପାଇଁ ଉଦ୍ୟମ କରାଯାଇଥିଲା ବୋଲି ବାଇଡେନ୍ କହିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories