ପିକଅପ୍ ଭ୍ୟାନ୍ ଓଲଟି ୫ ଆହତ

ସମ୍ବଲପୁର: ସମ୍ବଲପୁରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ପିକଅପ୍ ଭ୍ୟାନ୍ ଓଲଟିପଡିଛି। ଦୁର୍ଘଟଣାରେ ୫ଜଣ ଆହତ ହୋଇଥିବା ସୂଚନା ମିଳିଛି। ଯୁଯୁମରା ଥାନା ହାତୀବାରୀ ନିକଟରେ ଏହି ଅଘଟଣ ଘଟିଛି। ୫ ଆହତଙ୍କୁ ସଦର ହସ୍ପିଟାଲରେ ଚିକିତ୍ସା କରାଯିବା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପିକଅପ ଭ୍ୟାନଟି ୨୦ରୁ ଅଧିକ ଶ୍ରମିକଙ୍କୁ ନେଇ ଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Comments are closed.