www.samajalive.in
Saturday, December 6, 2025
26.1 C
Bhubaneswar

କମିଶନଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଥିବା ନିର୍ବାଚନ କମିଶନଙ୍କ ଟିମ୍ ଆଜି (ଶନିବାର) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ , ମୁଖ୍ୟ ଶାସନ ସଚିବ , ପୁଲିସ ଡିଜିଙ୍କ ସହିତ ଭୋଟ୍ ପ୍ରସ୍ତୁତି ବ୍ୟବସ୍ଥା ସମ୍ପର୍କ​ରେ ଆଲୋଚନା କରିବେ । ନିର୍ବାଚନ ପରିଚାଳନା ଲାଗି ନିୟୋଜିତ ହେଉଥିବା ଏନଫୋର୍ସମେଣ୍ଟ ଟିମ୍ ସହିତ ମଧ୍ୟ ସିଇସି ଟିମ୍ ଆଲୋଚନା କରିବେ । ସାଧାରଣ ନିର୍ବାଚନ ପାଇଁ ଓଡିଶା କେତେ ପ୍ରସ୍ତୁତ ରହିଛି , ଏହା ପରଖିବାକୁ ନିର୍ବାଚନ କମିଶନଙ୍କ ୭ ଜଣିଆ ଟିମ୍ ୩ ଦିନିଆ ଓଡିଶା ଗସ୍ତରେ ଅଛନ୍ତି । ଭୁବନେଶ୍ବରରେ ଏହି ଟିମ୍ ବିଭିନ୍ନ ଅଧିକାରୀ , ସଂସ୍ଥା ଓ ରାଜନୈତିକ ଦଳ ସହିତ ଆଲୋଚନା କରୁଛନ୍ତି । ରାଜ୍ୟରେ କେତେ ଇଭିଏମ୍ ମେସିନ୍ ଅଛି , ଆଉ କେତେ ଦରକାର , ପର୍ଯ୍ୟାପ୍ତ ସଂଖ୍ୟକ ସୁରକ୍ଷା କର୍ମୀ ଅଛି କି ନାହିଁ , ଆଇନ ଶୃଙ୍ଖଳା ସ୍ଥିତି କିଭଳି ରହିଛି, ପ୍ରଚାର ଓ ଭୋଟ୍ ବେଳେ ଶୃଙ୍ଖଳା ଲାଗି କି ପଦକ୍ଷେପ ଗ୍ରହଣ କରାଯାଉଛି । ଏ ସବୁର ତଦାରଖ କରୁଛନ୍ତି। ଶୁକ୍ରବାର ରାଜ୍ୟର ବରିଷ୍ଠ ପ୍ରଶାସନିକ ଓ ପୁଲିସ୍ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories