www.samajalive.in
Friday, December 12, 2025
15.1 C
Bhubaneswar

ଅଟୋ ସହ ୧୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଦୀର୍ଘ ଦିନ ହେବ ଗଞ୍ଜେଇ କଟା ଅଭିଯାନ ଜୋରସୋର ଚାଲିଛି। ଏହାର ସୁଯୋଗ ନେଇ ଗଞ୍ଜେଇ ଚାଲାଣ କାରୀ ସକ୍ରିୟ ହୋଇ ବିଭିନ୍ନ ମାଧ୍ୟମ ଦେଇ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଫିରିଙ୍ଗିଆ ପୋଲିସ ହାତରେ ଗଞ୍ଜେଇ ଚାଲାଣ କାରି ଧରା ପଡ଼ିଥିବା ବେଳେ ପାସେଞ୍ଜର ଅଟୋ ଏବଂ ଅଟୋ ରୁ ୧୫ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ଫିରିଙ୍ଗିଆ ପୁଲିସ ।

ସୂଚନା ଅନୁସାରେ ଫିରିଙ୍ଗିଆ ପୁଲିସ କୌଣସି ସୂତ୍ରରୁ ବନ୍ଧଗଡ଼ ପଞ୍ଚାୟତ ଵାଲକି ଡାଡି ଅଞ୍ଚଳରୁ ଜୋକେ ଛକ ଦେଇ ଗୁଟିଙ୍ଗିଆ ଆଡକୁ ଏକ ଅଟୋ ରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇଥିଲା କ୍ଷ ସୂଚନା ପାଇ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଙ୍କ ନେତୃତ୍ୱ ରେ ଏସଆଇ ଅଜୟ କୁମାର ସାହୁ, ଏଏସଆଇ ଶ୍ରୀକାନ୍ତ ପାତ୍ରଙ୍କ ସହ ପୋଲିସର ଗୋଟିଏ ଟିମ ଜୋକେ ଛକ ନିକଟରେ ବନ୍ଧଗଡ଼ ପଟୁ ଗୁଟିଙ୍ଗିଆ ଆଡକୁ ଯାଉଥିବା ଅଟୋକୁ ଜୋକେ ଛକରେ ଅଟକାଇ ଥିବା ବେଳେ ଅଟୋର ଡ୍ରାଇଭର ଅଟୋରୁ ଡେଇଁ ପଳାଇବାକୁ ଚେଷ୍ଟା କରିଥିଲା।

- Advertisement -

ପୁଲିସ ଟିମ ଅଟୋ ଡ୍ରାଇଭରକୁ ଗୋଡ଼ାଇ ଧରିଥିବା ବେଳେ ଘଟଣା ସ୍ଥଳରୁ ଅଟୋ କୁ ଯାଞ୍ଚ ପରେ ପାସେଞ୍ଜର ଅଟୋ ଭିତରେ ୧୫ କେଜି ଗଞ୍ଜେଇ ଚାଲାଣ ହେଉଥିବା ଜଣା ପଡିଥିଲା। ଏହାପରେ ଡ୍ରାଇଭରକୁ ଅଟକ ରଖିବା ସହ ଅଟୋ ଏବଂ ଗଞ୍ଜେଇକୁ ଜବତ କରିଥିଲା ଫିରିଙ୍ଗିଆ ପୁଲିସ ।  ଅଟୋ ଡ୍ରାଇଭର ଜଣକ ଫିରିଙ୍ଗିଆ ଥାନା ବନ୍ଧଗଡ଼ ଗାଁର ଦିନେଶ ଦେହୁରୀ, ବୟସ ୨୮ ବୋଲି ପୁଲିସ ସୂଚନା ଦେଇଛି। ଅନ୍ୟପଟେ ଏହି ଗଞ୍ଜେଇ ଚାଲାଣ ଘଟଣାରେ ଫିରିଙ୍ଗିଆ ଥାନାରେ ୪୬/୨୪ ରେ ଏକ ମାମଲା ରୁଜୁ କରିଥିବା ବେଳେ ଗଞ୍ଜେଇ ଚାଲାଣ କାରିକୁ କୋର୍ଟ ଚାଲାଣ କରିଥିବା ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories