www.samajalive.in
Friday, December 12, 2025
15.1 C
Bhubaneswar

ବରିଷ୍ଠ ନାଗରିକ ଦେଶ ପାଇଁ ସଂପଦ

ଆଠଗଡ: ଆଠଗଡ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ସଂଘର ୨୪ତମ ବାର୍ଷିକ ଉତ୍ସବ ଶୁକ୍ରବାର ସଂଘର ନିଜସ୍ୱ ଗୃହରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଇଂ ଶିବପ୍ରସାଦ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକମାନେ ଦେଶର ସଂପଦ ବୋଲି ମତବ୍ୟକ୍ତ କରିଥିଲେ।

ବିଭିନ୍ନ ବିଭାଗରେ ଦୀର୍ଘ ବର୍ଷ କାର୍ଯ୍ୟକରି ଅବସର ଗ୍ରହଣ କରିଥିବା ଏହି ବରିଷ୍ଠ ନାଗରିକଙ୍କର ଅନୁଭୁତି ଓ ଅଭିଜ୍ଞତାର ଉପଯୋଗ ଦ୍ୱାରା ଅଞ୍ଚଳର ବିକାଶ ଗତିଶୀଳ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତପ୍ରକାଶ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ନଗରପାଳ ସସ୍ମିତା ରାଉତ ଯୋଗଦେଇ ଉଦ୍‍ବୋଧନ ଦେଇଥିଲେ। ସଂପାଦକ ଗିରିଶ କୁମାର ମିଶ୍ର ବାର୍ଷିକ ବିବରଣୀ ଉପସ୍ଥାପନା ସହିତ ଆଠଗଡ ଅଞ୍ଚଳର ବିଭିନ୍ନ ସମସ୍ୟା ଓ କେତେକ ଦାବି ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ନିକଟରେ ରଖିଥିଲେ। ସେଗୁଡିକ ହେଲା ଆଠଗଡର ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହର ଚତୁଃପାଶ୍ୱର୍ରେ ରିଙ୍ଗରୋଡ ନିର୍ମାଣ, ଘଣ୍ଟିଖାଲ କିମ୍ବା ରାଧାକିଶୋରପୁର ଷ୍ଟେସନରେ ଦ୍ରୁତଗାମୀ ଓ ଇଣ୍ଟରସିଟି ରେଳ ରହଣି ବ୍ୟବସ୍ଥା, ଗୋପବନ୍ଧୁ ବିଜ୍ଞାନ କଲେଜକୁ ସ୍ୱୟଂ ଶାସିତ ମାନ୍ୟତା ପ୍ରଦାନ ସହିତ ସ୍ନାତକୋତ୍ତର ଶ୍ରେଣୀ ଖୋଲିବା, ଚାଷୀଙ୍କ ଉପକାର ପାଇଁ ଶୀତଳ ଭଣ୍ଡାର ସ୍ଥାପନ, ଆଠଗଡ ଡାକ୍ତରଖାନାକୁ ସୁପର ସ୍ପେଶାଲିଷ୍ଟ ଡାକ୍ତରଖାନାରେ ପରିଣତ କରିବା, ଆଠଗଡକୁ ମୋ ବସ୍‍ କିମ୍ବା ଲକ୍ଷ୍ମୀ ବସ୍‍ ଯୋଜନାରେ ସାମିଲ କରିବା ଏବଂ ଆଠଗଡ ସଦର ମହକୁମାରେ ଏକ ଜରାନିବାସ ସ୍ଥାପନ କରିବା ଲାଗି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

- Advertisement -

ମନ୍ତ୍ରୀ ଶ୍ରୀ ସ୍ୱାଇଁ ତାଙ୍କ ବକ୍ତବ୍ୟରେ ଆଠଗଡରେ ଖୁବ୍‍ଶୀଘ୍ର ରିଙ୍ଗରୋଡ ନିର୍ମାଣ ହେବ, ଆଠଗଡ କଲେଜରେ ସ୍ନାତକୋତ୍ତର ପାଟ୍ୟକ୍ରମ ସହିତ ସ୍ୱୟଂ ଶାସିତ ମାନ୍ୟତା ପାଇଁ ପଦକ୍ଷେପ ନିଆଯିବ ବୋଲି କହିବା ସହିତ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ସଂଘର ଅନ୍ୟ ଦାବିି ଗୁଡିକ ପୂରଣ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ। ସଭ୍ୟ ଶତୃଘ୍ନ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ଇଂ ପ୍ରଭାତ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅନ୍ୟତମ ସଭ୍ୟ ଧରଣୀଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସଂଘର ନୂତନ ଭାବେ ସଭ୍ୟଭୁକ୍ତ ହୋଇଥିବା କେତେକ ବରିଷ୍ଠ ନାଗରିକଙ୍କୁ ପୁଷ୍ପଗୁଚ୍ଛ ଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସ୍ୱାଗତ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories