www.samajalive.in
Saturday, December 13, 2025
21.1 C
Bhubaneswar

ଆରମ୍ଭ ହେଲା +୨ ବିଜ୍ଞାନ ପରୀକ୍ଷା : କଳା, ବିଜ୍ଞାନ ଓ ବାଣିଜ୍ୟରେ ମୋଟ ୧୬୯୧ ପରୀକ୍ଷାର୍ଥୀ

ଆଠଗଡ: ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର +୨ ବିଜ୍ଞାନ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବିଜ୍ଞାନ ଶ୍ରେଣୀର ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ଶନିବାର ଠାରୁ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ ବୋଲି ଜଣାପଡିଛି। ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜ +୨ ପ୍ରଶ୍ନପତ୍ରର ହବ୍‍ ବା ସଂରକ୍ଷଣ କେନ୍ଦ୍ର ହୋଇଛି। ଏଠାରୁ ଗୋପବନ୍ଧୁ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନର ୨୩୪, କଳାରେ ୨୬୩ ଓ ବାଣିଜ୍ୟରେ ୯ଜଣ, ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କଳାରେ୨୧୬), କଖଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କଳାରେ ୨୮୨), ଅଂଶୁପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କଳାରେ୧୫୧), ତିଗିରିଆର ପ୍ରସନ୍ନ ପୁରୁଷୋତ୍ତମ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳାରେ ୩୬୬ ଓ ବିଜ୍ଞାନରେ ୯ଜଣ, କଳିଙ୍ଗ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର (କଳାରେ ୯୩) ଏବଂ ଘରୋଇ ଏସଏସପି କଲେଜର ବିଜ୍ଞାନରେ (୬୮) ପରୀକ୍ଷାର୍ଥୀଙ୍କୁ ମିଶାଇ ମୋଟ ୧୬୯୧ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଏଠାରେ ପ୍ରଶ୍ନପତ୍ର କଡା ପୁଲିସ ଓ ସିିସିଟିଭି ସୁରକ୍ଷା ମଧ୍ୟରେ ସଂରକ୍ଷିତ ରହିଛି।

ଏଠାରୁ ପ୍ରତି ପରୀକ୍ଷା ଦିନ ସକାଳେ ୨ଟି ଗାଡିରେ ପୁଲିସ ସୁରକ୍ଷା ବଳୟରେ ପ୍ରଶ୍ନପତ୍ର ଗୁଡିକୁ ଉପରୋକ୍ତ ପରୀକ୍ଷା କେନ୍ଦ୍ରକୁ ପଠାଯାଉଥିବା ହବ୍‍ ସୁପରଭାଇଜର ତଥା ଗୋପବନ୍ଧୁ ବିଜ୍ଞାନ କଲେଜ ଅଧ୍ୟକ୍ଷ ଡଃ ଲୋକନାଥ ସାହୁଙ୍କ ସୁତ୍ରରୁ ପ୍ରକାଶ। ଏହି ପ୍ରଶ୍ନପତ୍ର ସଂରକ୍ଷିତ ରହିବା ଓ ବିଭିନ୍ନ କେନ୍ଦ୍ରକୁ ପଠାଇବା ଦାୟିତ୍ୱ ସହକାରୀ ହବ୍‍ ସୁପରଭାଇଜର ଅଧ୍ୟାପିକା ଇତିଶ୍ରୀ ମହାନ୍ତି ଓ ବରିଷ୍ଠ ସହାୟକ ଫଣିଭୂଷଣ ଦାସ ପରିଚାଳନା କରୁଛନ୍ତି। ଶୁକ୍ରବାର ଗୋପବନ୍ଧୁ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ପରୀକ୍ଷାରେ ୨୩୪ଜଣଙ୍କ ମଧ୍ୟରୁ ୨ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବାରୁ ୨୩୨ଜଣ ପରୀକ୍ଷା ଦେଇଥିବା କେନ୍ଦ୍ର ଅଧିକ୍ଷକ ତଥା କଲେଜର ଅଧ୍ୟକ୍ଷ ଡଃ ସାହୁଙ୍କ ସୁତ୍ରରୁ ପ୍ରକାଶ। ଏହି ପରୀକ୍ଷା କେନ୍ଦ୍ର ପରିଚାଳନାରେ ସହକାରୀ କେନ୍ଦ୍ର ଅଧିକ୍ଷକ ଭାବେ ଅଧ୍ୟାପକ ଡଃ ଚିତ୍ରସେନ ରାଉତ ଓ ଅଧ୍ୟାପକ ଦେବାଶିଷ ପଟ୍ଟନାୟକ ସହଯୋଗ କରୁଛନ୍ତି। ପ୍ରତି ପରୀକ୍ଷା କକ୍ଷରେ ସିସିଟିଭି ଲାଗିଥିବା ଏବଂ ଏଠାରେ କୌଣସି ପ୍ରକାଶ କପିକୁ ସୁଯୋଗ ଦିଆଯାଉନଥିବା କେନ୍ଦ୍ର ଅଧିକ୍ଷକ ପ୍ରକାଶ କରିଛନ୍ତି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories