www.samajalive.in
Thursday, December 11, 2025
15.1 C
Bhubaneswar

ବେତଗଡିଆ ପଞ୍ଚାୟତରେ କଂଗ୍ରେସର ମିଶ୍ରଣ ପର୍ବ

ବାଲିଆପାଳ : ବାଲିଆପାଳ ବ୍ଲକ ଅନ୍ତର୍ଗତ ବେତଗଡିଆ ପଞ୍ଚାୟତର ନାରାୟଣପୁର ପନ୍ତା ଗ୍ରାମରେ କଂଗ୍ରେସ ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ବେତଗଡିଆ ପଞ୍ଚାୟତର କଂଗ୍ରେସ ସଭାପତି ବଳରାମ ଆଦକ ସଭାପତିତ୍ବ କରିଥିଲେ। ଏହି ମିଶ୍ରଣ ପର୍ବରେ ବସ୍ତା-ବାଲିଆପାଳର କଂଗ୍ରେସ ନେତା ବିଜନ ନାୟକ, ବ୍ଲକ ଅଧ୍ୟକ୍ଷା ରଞ୍ଜିତା ନାୟକ,ଦକ୍ଷିଣ ବାଲିଆପାଳର କଂଗ୍ରେସ ନେତା ବଡାଶ ସରପଞ୍ଚ ଜଗନ୍ନାଥ ବିଶ୍ୱାଳ, ବ୍ଲକ କଂଗ୍ରେସ କମିଟିର ଉପସଭାପତି ସନ୍ଯାସୀ ଜେନା,ପଞ୍ଚୁପାଲୀ ପଞ୍ଚାୟତର ସଦସ୍ଯଙ୍କ ସ୍ବାମୀ ପାଣ୍ଡବ ଦାସ, ଯୁବନେତା ରବିନାରାୟଣ ମହାନ୍ତି,ବେତଗଡିଆ ପଞ୍ଚାୟତର ସମିତି ସଦସ୍ୟ ରାଜୀବ ରାୟ,ଚନ୍ଦନ ବିଶ୍ୱାଳ,ଯୁବ କଂଗ୍ରେସ ନିର୍ବାଚନ ମଣ୍ଡଳୀ ସଭାପତି ତୀର୍ଥ କୁମାର ନାଗ,ଶିବ ବାରିକ ପ୍ରମୁଖ ଉପସ୍ଥିତ ହୋଇ ବକ୍ତବ୍ୟ ପ୍ରଦାନ କରିବା ସହିତ କଂଗ୍ରେସ ଦଳରେ ମିଶିଥିବା ପନ୍ଦରରୁ ଉର୍ଦ୍ଧ୍ବ ବିଜେଡି ପରିବାର ସଦସ୍ୟଙ୍କୁ ଦଳକୁ ସ୍ବାଗତ କରିଥିଲେ।ଏହି ମିଶ୍ରଣ ପର୍ବରେ ଭଗୀରଥ ସାମନ୍ତରାୟ, କାଳିଚରଣ ହାଜିରା, ଭୃଗୁରାମ ଦାସ, ଲକ୍ଷ୍ମୀଧର ଦାସ, ବଳରାମ ସାମନ୍ତରାୟ, ହରେକୃଷ୍ଣ ଦାସ, ଅଜୟ ଗିରି, ତପନ ବାଡି, ହରିହର ବାରିକ, ମାନଗୋବିନ୍ଦ ପରିଡା,କାହ୍ନୁଚରଣ ହାଜିରା,ଦେବେନ୍ଦ୍ର ବାରିକ ପ୍ରମୁଖଙ୍କ ପରିବାର ଆଜି କଂଗ୍ରେସରେ ଯୋଗଦାନ କରିଛନ୍ତି। ଗୋଟିଏ ପାର୍ଶ୍ବରେ ବାଲିଆପାଳ କଂଗ୍ରେସର ଆଗଧାଡ଼ିର ନେତୃବୃନ୍ଦ ବିଜେଡି ଦଳରେ ଯୋଗଦାନ କରୁଥିବା ବେଳେ ସାଧାରଣ ଭୋଟର କିନ୍ତୁ କଂଗ୍ରେସ ଦଳ ମୁହାଁ । ଯାହା ଆଗାମୀ ନିର୍ବାଚନକୁ ରୋଚକପୂର୍ଣ୍ଣ କରିବାର ସୂଚନା ଦେଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories