ସମ୍ବଲପୁର ଡବଲ ମର୍ଡର ଘଟଣାରେ ‌ଆଉ ୫ ଗିରଫ

0

ସମ୍ବଲପୁର: ଠେଲକୋପଡ଼ା ଡବଲ ମର୍ଡର ଘଟଣାରେ ‌ଆଉ ୫ ଜଣଙ୍କୁ ଆଜି ପୁଲିସ ଗିରଫ କରିଛି । ଗତକାଲି ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ମୁଖୀ ଓ ତାର ସହଯାଗୀ ସମ୍ଭୁ ମୁଖୀକୁ  ପୁଲିସ ଗିରଫ କରିଥିଲା। ଆଜି ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ, ଗତକାଲି ଗୋଷ୍ଠୀ କନ୍ଦଳକୁ ନେଇ ସମ୍ବଲପୁରରେ ଡବଲ ମର୍ଡର ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ମୁଖୀ ସୁଜିତ ନାଗ ନାମକ ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ସୁଜିତଙ୍କ ସମ୍ପର୍କୀୟମାନେ ପାଣ୍ଡବ ମୁଖୀଙ୍କ ଘରେ ନିଆଁ ଲାଗଇବା ପରେ ତାର ବଡ ଭାଇ ଶଙ୍କର ମୁଖୀଙ୍କୁ ଗୋଡାଇ ଗୋଡାଇ ଭୁଜାଲିରେ ହତ୍ୟା କରିଥିଲେ । ହାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିଲା।

Leave A Reply