www.samajalive.in
Sunday, December 7, 2025
16.1 C
Bhubaneswar

ପରକୀୟା ପ୍ରୀତି ; ସ୍ୱାମୀକୁ ହେମଦସ୍ତାରେ ଛେଚି ମାରିବା ପରେ ପୋତିଲା ସ୍ତ୍ରୀ

ନୟାଗଡ : ନୟାଗଡରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡରେ ଶୁକ୍ରବାର ପୁଲିସକୁ ବଡ ସଫଳତା ମିଳିଛି। ପରକୀୟା ପ୍ରୀତି ପାଇଁ ନିଜେ ସ୍ୱାମୀର ହତ୍ୟାକାରୀ ସାଜିଛି ସ୍ତ୍ରୀ। ଶୋଇଥିବା ଅବସ୍ଥାରେ ସ୍ୱାମୀକୁ ହେମଦସ୍ତାରେ ଛେଚି ହତ୍ୟା କରିବା ପରେ ନିଜ ମାଆ ସହ ମିଶି ସ୍ୱାମୀକୁ ଘର ଭିତରେ ମାଟି ଖୋଳି ପୋତି ଦେଇଛି। ମାଟି ତଳୁ ପୁଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକ ହେଲେ ପ୍ରକାଶ। ଅଭିଯୁକ୍ତ ସ୍ତ୍ରୀ ହେଲେ ଜ୍ୟୋତ୍ସ୍ନାରାଣୀ । ଏନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି।ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।
ସୂଚନା ଯୋଗ୍ୟ, ନୟାଗଡ ଓଡଗାଁ ଥାନା କୋମଣ୍ଡ ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଘଟିଥିବା ହତ୍ୟାକାଣ୍ଡର କ୍ରାଇମ ସିନ ରିକ୍ରିଏସନ କରିଛି ପୁଲିସ। ଜ୍ୟୋତ୍ସ୍ନାରାଣୀ ପୁଲିସ ଆଗରେ ସମସ୍ତ ଘଟଣା କହିବା ସହ ସାଇଣ୍ଟିଫିକ୍‌‌ ଟିମ୍‌‌ ଘଟଣାର ତଦନ୍ତ ଜାରି ରଖିଛି।
ଜ୍ୟୋତ୍ସ୍ନାରାଣୀଙ୍କର ପରକୀୟା ପ୍ରତି ଜଣାପଡିବାରୁ ନିଜ ପ୍ରେମିକ ସହ ମିଶି ସ୍ୱାମୀ ପ୍ରକାଶ ନାୟକଙ୍କୁ ମାରି ପୋତି ଦେଇଥିଲା। ଏଥିରେ ଜ୍ୟୋତ୍ସ୍ନାରାଣୀଙ୍କର ମାଆ ସହଯୋଗ କରିଥିଲେ ବୋଲି ଜଣାପଡିଛି। ପ୍ରାୟ ୨୦ ଦିନ ହେବ ପ୍ରକାଶ ନିଖୋଜ ଥିଲେ। ସେ ଶ୍ୱଶୁର ଘରେ ରହିଥିଲେ। ମାତ୍ର ତାଙ୍କ ସ୍ତ୍ରୀ ନିଖୋଜ ନେଇ ଥାନାରେ କୌଣସି ଏତଲା ଦେଇନଥିଲେ। ପ୍ରକାଶଙ୍କ ବାପା ପୁଅ ନିଖୋଜ ହେବା ପରେ ସେଠାକୁ ଯାଇ ନିଖୋଜ ମାମଲା ଦେବା ପାଇଁ ଆଧାର କାର୍ଡ ଆଣିବାକୁ ଯାଇଥିଲେ। ସେଠାରେ ମାଟି ଖୋଳା ଦେଖି ସନ୍ଦେହ ହେବା ପରେ ପୁଲିସକୁ ଜଣାଇଥିଲେ। ପୁଲିସ ତଦନ୍ତ ଆରମ୍ଭ କରିବା ପରେ ଘଟଣା ସାମ୍ନାକୁ ଆସିଛି। ହତ୍ୟାରେ ବ୍ୟବହୃତ ହେମଦସ୍ତା, ଶାବଳ ଆଦି ଜବତ କରିଛି ପୁଲିସ। ଘଟଣାର ତଦନ୍ତ ଜାରି ରହିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories