ମହୁଆଙ୍କୁ ଇଡି ସମନ

ନୂଆଦିଲ୍ଲୀ: ପୂର୍ବତନ ସାଂସଦ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଗୁରୁବାର ସମନ ଜାରି କରିଛି। ସମନରେ ମହୁଆଙ୍କୁ ଜେରା ନିମେନ୍ତ ଫେବୃଆରୀ ୧୯ରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ବିଦେଶୀ ବିନିମୟ ପରିଚାଳନା ଆଇନ (ଫେମା)ର ଉଲ୍ଲଙ୍ଘନ ଅଭିଯୋଗରେ ଇଡି ମହୁଆଙ୍କ ବିରୋଧରେ ମାମଲା ରୁଜୁ କରି ଏହାର ତଦନ୍ତ ଚଳାଇଛି। ଇଡି ମହୁଆଙ୍କ ବିରୋଧରେ ଫୋରେକ୍ସ ଉଲ୍ଲଙ୍ଘନ ମାମଲା ମଧ୍ୟ ରୁଜୁ କରିଛି। ସୂଚନାଯୋଗ୍ୟ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ମହୁଆ ଦୋଷୀ ସାବ୍ୟସ୍ତ ହୋଇ ନିଜର ସାଂସଦ ପଦ ହରାଇଛନ୍ତି।

Comments are closed.