www.samajalive.in
Tuesday, December 9, 2025
15.1 C
Bhubaneswar

ଶ୍ରେଷ୍ଠ ଯୋଡିକୁ ଧକ୍କା

ନିଜର ବାକ୍‍ପଟୁତା ଏବଂ ପ୍ରଭାବଶାଳୀ ବକ୍ତବ୍ୟ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ଦେଶରେ ମୋଦୀ ଲହର ସୃଷ୍ଟି କରିଥିଲେ। ନିର୍ବାଚନ ପ୍ରଚାରବେଳେ ପ୍ରଭାବଶାଳୀ ବକ୍ତବ୍ୟ ଦ୍ୱାରା ମୋଦୀ ଭୋଟରଙ୍କୁ ଆକୃଷ୍ଟ କରିଥିଲେ। ଅନ୍ୟପଟେ ନିର୍ବାଚନ ରଣନୀତି ପ୍ରସ୍ତୁତି ନେଇ ମୋଦୀଙ୍କ ସହଯୋଗୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଦକ୍ଷତା ଯୋଗୁଁ ଦଳ ଗତ ସାଢେ ୪ ବର୍ଷ ମଧ୍ୟରେ ବିପୁଳ ବିଜୟ ଲାଭ କରିଥିଲା। ସରକାର ଗଠନ ଲାଗି ଶାହା ଯେଉଁ ରଣନୀତି ପ୍ରସ୍ତୁତ କରୁଥିଲେ ତାହା ସଫଳ ହେଉଥିଲା; ଯଦ୍ଦ୍ୱାରା ୨୦୧୪ ଲୋକସଭା ନିର୍ବାଚନ ଜିଣିବା ପରେ ବିଜେପି ହାତଗଣତି କିଛି ରାଜ୍ୟକୁ ଛାଡିଦେଲେ ଦେଶର ଅଧିକାଂଶ ରାଜ୍ୟରେ ନିଜର ସରକାର ଗଠନ କରିବାରେ ସଫଳ ହୋଇଥିଲା। ଦଳର ସଫଳତାକୁ ଦୃଷ୍ଟିରେ ରଖି ବିଜ୍ଞବକ୍ତା ମୋଦୀ ଏବଂ ରଣନୀତିଜ୍ଞ ଶାହାଙ୍କ ଯୋଡିକୁ ଭାରତୀୟ ରାଜନୀତି କ୍ଷେତ୍ରର ଶ୍ରେଷ୍ଠ ଯୋଡି ଅଭିହିତ କରାଯାଇଥିଲା; କିନ୍ତୁ ମଙ୍ଗଳବାର ପ୍ରକାଶିତ ଫଳାଫଳ ଏହି ଶ୍ରେଷ୍ଠ ଯୋଡିକୁ ଶକ୍ତ ଧକ୍କା ଦେଇଛି। ୫ ରାଜ୍ୟରେ ଯୋଜନାବଦ୍ଧ ଭାବେ ଘନଘନ ପ୍ରଚାର ସତ୍ତ୍ବେ ଉଭୟ ନେତାଙ୍କ ସମସ୍ତ ରଣନୀତି ବିଫଳ ହୋଇଛି।
ପୂର୍ବଭଳି ଏହି ନିର୍ବାଚନରେ ବିଜେପି ମୋଦୀ ଲହରକୁ ପାଥେୟ କରି ନିଶ୍ଚିତ ବିଜୟ ହାସଲ ଆଶାରେ ଥିଲା। ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳ ପାଇଁ ଅବିଶ୍ରାନ୍ତ ପ୍ରଚାର କରିଥିଲେ। କଂଗ୍ରେସକୁ କଡ଼ା ସମାଲୋଚନା କରିବା ସହିତ ଏହାର ତ୍ରୁଟି ଏବଂ ବିଜେପିର ସଫଳତା ଗଣିଗଣି ଭୋଟରଙ୍କୁ ଶୁଣାଇଥିଲେ। ମୋଦୀଙ୍କ ପ୍ରଚାର ସଭାରେ ଏହି ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନେ ଏକପ୍ରକାର ଅଣଦେଖା ହୋଇଯାଇଥିଲେ। ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ଭୋଟର ପରିବର୍ତ୍ତନ ଚାହୁଁଥିବାବେଳେ ମୋଦୀ ଫ୍ୟାକ୍ଟର ବିଶେଷ କାମ ଦେଇ ନ ଥିଲା। ସେହିଭଳି ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଭୋଟରଙ୍କ ମଧ୍ୟରେ ଲୋକପ୍ରିୟତା ହରାଉଥିବାବେଳେ ବିଜେପି ମୋଦୀ ମ୍ୟାଜିକ ଉପରେ ନିର୍ଭରଶୀଳ ଥିଲା; ମାତ୍ର ଏଠାରେ ମଧ୍ୟ ଦଳକୁ ନିରାଶ ହେବାକୁ ପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories