www.samajalive.in
Sunday, December 7, 2025
16.1 C
Bhubaneswar

୨୦୨୪ ନିର୍ବାଚନ ପାଇଁ ଆବଶ୍ୟକ ୩ ଲକ୍ଷ ୪୦ ହଜାର କେନ୍ଦ୍ରୀୟ ସୁରକ୍ଷା ବଳ

ଡେସ୍କ: ଆଗାମୀ ଲୋକସଭା ନିର୍ବାଚନ ସହ ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକ୍କିମରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମୋଟ ୩ ଲକ୍ଷ ୪୦ ହଜାର କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ ଯବାନ ମୁତୟନ ହେବେ। ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନକୁ ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟାୟ କ୍ରମେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅର୍ଦ୍ଧସାମରିକ ଶାଖାର ପ୍ରାୟ ୩ ହଜାର ୪୦୦ କମ୍ପାନି ମୁତୟନ କରିବାକୁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପଠାଯାଇଥିବା ପ୍ରସ୍ତାବକୁ ବିଚାର କରି ଗୃହ ମନ୍ତ୍ରଣାଳୟ ସିଏପିଏଫ୍ ମୁତୟନ କରିବାକୁ ନିଷ୍ପତ୍ତି ନେବ।

ମାଗଣା ବିଜୁଳି ଯୋଜନା, ମାତ୍ର ୫ ମିନିଟରେ ଏମିତି କରନ୍ତୁ ଆବେଦନ

- Advertisement -

ଆଗାମୀ ସାଧାରଣ ନିର୍ବାଚନ ଏବଂ ଅରୁଣାଚଳ ପ୍ରଦେଶ, ଓଡ଼ିଶା, ସିକ୍କିମ୍ ଏବଂ ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ ନିର୍ବାଚନ ଦିବସ ସମ୍ବନ୍ଧୀୟ କର୍ତ୍ତବ୍ୟ, ଇଭିଏମ୍ ଏବଂ ଷ୍ଟ୍ରଙ୍ଗରୁମ୍ ସେଣ୍ଟରର ସୁରକ୍ଷା ଓ ଗଣତି କେନ୍ଦ୍ରର ସୁରକ୍ଷା ଭଳି ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ସିଏପିଏଫ ନିୟୋଜିତ କରିବାକୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁରୋଧ କ୍ରମେ ନିର୍ବାଚନ କମିଶନ ଏହି ପ୍ରସ୍ତାବ ମନ୍ତ୍ରଣାଳୟକୁ ପଠାଇଛନ୍ତି।

ବିଶ୍ବକୁ ଗରିବ କରିବ ଚୀନ୍‌, କାହିଁକି ଏପରି ଚେତାବନୀ ଦେଉଛନ୍ତି ବିଶେଷଜ୍ଞ ?

ଏକ ପ୍ରସ୍ତାବ ଅନୁଯାୟୀ, ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ ପାଇଁ ସର୍ବାଧିକ ୯୨୦ ସିଏପିଏଫ କମ୍ପାନୀ ଚାହୁଁଥିବା ବେଳେ ଜମ୍ମୁ-କଶ୍ମୀର ପାଇଁ ୬୩୫ ସିଏପିଏଫ କମ୍ପାନୀ ମାଗିଛନ୍ତି, ଯେଉଁଠାରେ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଲୋକସଭା ନିର୍ବାଚନ ହେବ।

ଏହାବ୍ୟତୀତ ନିର୍ବାଚନ ସମୟରେ ଛତିଶଗଡ଼ରେ ୩୬୦ କମ୍ପାନି ସିଏପିଏଫ୍ ମୁତୟନ ପାଇଁ ମଗାଯାଇଛି। ବିହାରରେ ୨୯୫, ଉତ୍ତରପ୍ରଦେଶରେ ୨୫୨, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଓ ଝାଡ଼ଖଣ୍ଡରେ ୨୫୦୦ ଲେଖାଏଁ, ଗୁଜରାଟ, ମଣିପୁର, ରାଜସ୍ଥାନ ଓ ତାମିଲନାଡୁରେ ୨୦୦ ଲେଖାଏଁ, ଓଡ଼ିଶାରେ ୧୭୫, ଆସାମ ଓ ତେଲେଙ୍ଗାନାରେ ୧୬୦ ଲେଖାଏଁ, ମହାରାଷ୍ଟ୍ରରେ ୧୫୦, ମଧ୍ୟପ୍ରଦେଶରେ ୧୧୩, ତ୍ରିପୁରାରେ ୧୦୦, ହରିୟାଣାରେ ୯୫, ଅରୁଣାଚଳ ପ୍ରଦେଶରେ ୭୫, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ଦିଲ୍ଲୀରେ ୭୦ ଲେଖାଏଁ, କେରଳରେ ୬୬, ଲଦ୍ଦାଖରେ ୫୭, ହିମାଚଳ ପ୍ରଦେଶରେ ୫୫, ନାଗାଲାଣ୍ଡରେ ୪୮, ମେଘାଳୟରେ ୪୫, ସିକ୍କିମରେ ୧୭, ମିଜୋରାମରେ ୧୫, ଦାଦ୍ରା ଓ ନଗର ହାଭେଲିରେ ୧୪, ଗୋଆରେ ୧୨, ଚଣ୍ଡିଗଡ଼ରେ ୧୧, ପୁଡୁଚେରୀରେ ୧୦, ଆଣ୍ଡାମାନ ଓ ନିକୋବରରେ ୫ ଏବଂ ଲାକ୍ଷାଦ୍ୱୀପରେ ୩।

ନିର୍ବାଚନୀ ବଣ୍ଡ ଯୋଜନା – ଦାତା ଓ ଗ୍ରହୀତାଙ୍କ ତଥ୍ୟ ଦେବ ଷ୍ଟେଟ ବ୍ୟାଙ୍କ

ଆସନ୍ତା ଏପ୍ରିଲ-ମେ ମାସରେ ୫୪୩ ଆସନ ବିଶିଷ୍ଟ ଲୋକସଭା ନିର୍ବାଚନ ହେବାର ସମ୍ଭାବନା ରହିଛି, ଯେଉଁଥି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱାସ ପ୍ରକଟ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏକାକୀ ୩୭୦ ଆସନ ଜିତିବ ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ୪୦୦ ଆସନ ଅତିକ୍ରମ କରିବ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories